31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଯୁବକଙ୍କୁ ଜୋରଜବରଦସ୍ତ ଉଠାଇ ଆଣି ଝିଅ ସହ ବିବାହ କରାଇଲେ ଝିଅର ପରିବାର ଲୋକେ

ଯୁବକଙ୍କୁ ଜୋରଜବରଦସ୍ତ ଉଠାଇ ଆଣି ଝିଅ ସହ ବିବାହ କରାଇଲେ ଝିଅର ପରିବାର ଲୋକେ

ବିହାର : ଯୁବକଙ୍କୁ ଜୋରଜବରଦସ୍ତ ଉଠାଇ ଆଣି ଝିଅ ସହ ବିବାହ କରାଇଲେ ଝିଅର ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ବିହାରରେ ଘଟିଛି।ସୂଚନା ଅନୁଯାଇ, ମୁକେଶ ନାମକ ଜଣେ ଯୁବକ ୨୦୧୫ ମସିହାରୁ ପୂର୍ଣ୍ଣିମା ନାମ୍ନୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଲୋକେ ଏ ସମ୍ପର୍କରେ ଅବଗତ ଥିବା ବେଳେ ସମ୍ମତି ବି ଜଣାଇଥିଲେ। ଏହାପରେ ଉଭୟ ଖୁଲମଖୁଲା ବୁଲୁଥିବା ବେଳେ ଘଣ୍ଟା ଘଣ୍ଟା ମୋବାଇଲରେ ଗପୁଥିଲେ। ମାତ୍ର ପ୍ରାୟ ୬ ମାସ ହେବ ମୁକେଶ ସରକାରୀ ଶିକ୍ଷକ ଚାକିରି ପାଇଥିଲେ। ଏହାପରଠୁ ତାଙ୍କ ହାବଭାବ ବଦଳି ଯାଇଥିଲା। ସେ ଆଉ ପୂର୍ଣ୍ଣିମାଙ୍କ ସହ ସମ୍ପର୍କ ରଖୁ ନ ଥିଲେ। ତାଙ୍କୁ ସାକ୍ଷାତ କରୁ ନ ଥିବା ବେଳେ ତାଙ୍କ ଫୋନ୍ ବି ଉଠାଉ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ପୂର୍ଣ୍ଣିମାଙ୍କ ପରିବାର ଲୋକେ ସୁଯୋଗ ଅପେକ୍ଷାରେ ଥିଲେ।ଏହାପରେ ପୂର୍ଣ୍ଣିମାଙ୍କ ପରିବାର ଲୋକଙ୍କ ସମେତ ଗାଁ ଲୋକେ ମୁକେଶଙ୍କୁ ଉଠାଇ ଆଣି ନିକଟସ୍ଥ ଏକ ମନ୍ଦିରରେ ଉଭୟଙ୍କ ବିବାହ କରାଇଛନ୍ତି। ଏହି ବିବାହ ପାଇଁ ମୁକେଶ ସମ୍ପୂର୍ଣ୍ଣ ଅରାଜି ଥିବା ବେଳେ ତାଙ୍କୁ ବ୍ଲାକମେଲ୍‌ କରାଯାଉଥିବା ଅଭିଯୋଗ କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ବିବାହ ଦେଖିବାକୁ ମନ୍ଦିର ନିକଟରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking