33.1 C
Bhubaneswar
Friday, May 17, 2024
Homeଅପରାଧପ୍ରେମିକ ଘରେ ଦିଆଯାଇଥିବା ଖାଦ୍ୟ ପସନ୍ଦ ନଆସିବାରୁ ବ୍ରେକ୍‌ଅପ କଲା ପ୍ରେମିକା

ପ୍ରେମିକ ଘରେ ଦିଆଯାଇଥିବା ଖାଦ୍ୟ ପସନ୍ଦ ନଆସିବାରୁ ବ୍ରେକ୍‌ଅପ କଲା ପ୍ରେମିକା

ନୂଆଦିଲ୍ଲୀ: ପ୍ରେମିକ ଘରେ ଦିଆଯାଇଥିବା ଖାଦ୍ୟ ପସନ୍ଦ ନଆସିବାରୁ ବ୍ରେକ୍‌ଅପ କଲା ପ୍ରେମିକା । କଥାଟି ବିଶ୍ୱାସ କରିବାକୁ କଷ୍ଟ ହେଉଥିଲେ ବି ଏହା ସତ । ଆପଣ ଭାବୁଥିଲେ ଏତେ ଛୋଟ କଥା ପାଇଁ କାହିଁକି ଜଣେ ନିଜ ପ୍ରେମ ସମ୍ପର୍କକୁ ଭାଙ୍ଗିବାକୁ ଚାହିଁବ । ହେଲେ ଚୀନରେ ଜଣେ ୨୦ବର୍ଷ ବୟସ୍କା ଯୁବତୀ ଏଭଳି କରିଛନ୍ତି । ପ୍ରେମିକଙ୍କ ମାତାପିତା ଯେଉଁ ଖାଦ୍ୟ ସବୁ ପରଷିଥିଲେ, ତାହା ଭଲ ନଲାଗିବାରୁ ଯୁବତୀ ପ୍ରେମିକଙ୍କ ସହ ବ୍ରେକ୍‌ଅପ କରିଥିଲେ । ଚୀନ୍‌ର ଦକ୍ଷିଣ-ପଶ୍ଚିମ ପ୍ରଦେଶର ସିଚୁଆନ୍‌ରେ ଥିବା ସୁକାନ୍ ସିକ୍ସନରେ ଏହି ଅଦ୍ଭୁତ ଘଟଣା ଘଟିଛି । ସୂଚନା ଅନୁଯାୟୀ, ପ୍ରେମିକା ପ୍ରଥମ ଥର ପାଇଁ ପ୍ରେମିକର ପିତାମାତାଙ୍କୁ ଭେଟିବା ପାଇଁ ଅଢ଼େଇ ଘଣ୍ଟା ଯାତ୍ରା କରିଥିଲେ । ପ୍ରେମିକଙ୍କ ଘରେ ପହଞ୍ଚିବା ମାତ୍ରେ ଖାଦ୍ୟ, ଟେବୁଲ ଉପରେ ଥିବାରୁ ସେ ଖୁସି ହୋଇଯାଇଥିଲେ । ଖାଇବାରେ ୪-୫ପ୍ରକାରର ଖାଦ୍ୟ ଥିବା ବେଳେ ପ୍ରେମିକା ପସନ୍ଦ କରୁନଥିବା ଖାଦ୍ୟ ମଧ୍ୟ ରହିଥିଲା । ଏତେ କମ ପ୍ରକାରର ଓ ଖାଇବାକୁ ଭଲପାଉନଥିବା ଖାଦ୍ୟ ପ୍ରେମିକର ମା’ ତିଆରି କରିଥିବାରୁ ପ୍ରେମିକା ରାଗରେ ସେଠାରୁ ନିଜ ଘରକୁ ଚାଲିଆସିଥିଲେ । ଏହା ପରେ ସେ ପ୍ରେମିକଙ୍କ ସହ ବ୍ରେକ୍‌ଅପ କରିବାକୁ ଚାହୁଁଥିବା ଜଣାଇଥିଲେ । ଚାଓମିନ ଖାଇବାକୁ ପସନ୍ଦ କରୁନଥିବା ଜାଣିବି ପ୍ରେମିକଙ୍କ ମା’ ଚାଓମିନ ତିଆରି କରିଥିବାରୁ ପ୍ରେମିକା ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking