28.1 C
Bhubaneswar
Thursday, May 2, 2024
Homeଓଡିଶାଗରୀବ କଲ୍ୟାଣ ଯୋଜନା ଉଚ୍ଛେଦ ନିଷ୍ପତି କେନ୍ଦ୍ର ସରକାରଙ୍କ ଗରୀବଙ୍କ ପ୍ରତି ନିଷ୍ଠୁର ଉପହାସ

ଗରୀବ କଲ୍ୟାଣ ଯୋଜନା ଉଚ୍ଛେଦ ନିଷ୍ପତି କେନ୍ଦ୍ର ସରକାରଙ୍କ ଗରୀବଙ୍କ ପ୍ରତି ନିଷ୍ଠୁର ଉପହାସ

ଭୁବନେଶ୍ୱର,  : କେନ୍ଦ୍ରର ମୋଦୀ ସରକାର ଚଳିତ ଜାନୁୟାରୀ ୨୦୨୩ ଠାରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତି ଘୋଷଣା କରିଛନ୍ତି । ଏହି ଯୋଜନାରେ ଏପ୍ରିଲ-୨୦୨୦ ଠାରୁ ପ୍ରତ୍ୟେକ ‘ଜାତୀୟ ଖାଦ୍ୟ ନିରାପତା ଆଇନ’ର ହିତାଧିକାରୀ ମାନେ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ହିସାବରେ ଅତିରିକ୍ତି ଚାଉଳ ମାଗଣା ପାଉଥିଲେ । ଚଳିତ ଜାନୁୟାରୀ ୨୦୨୩ ଠାରୁ ଭାରତବର୍ଷର ୮୧ କୋଟି ୩୫ ଲକ୍ଷ ଲୋକ ମାସିକ ୧୦ କେଜି ପରିବର୍ତେ ୫ କେଜି ପାଇବେ । ଅର୍ଥାତ ପ୍ରତ୍ୟେକ ଗରୀବ ପରିବାରର ରେସନ୍ ଅଧା ହୋଇଗଲା । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ଦୁର୍ଭାଗ୍ୟଜନକ ତଥା ଗରୀବ ପରିବାର ପ୍ରତି ନିଷ୍ଠୁର ଉପହାସ ବୋଲି ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀଗଣେଶ୍ୱର ବେହେରା କହିଛନ୍ତି ।

ଯେତେବେଳେ ଆନ୍ତର୍ଜାତିକ ସମ୍ପନ୍ନ ‘ହଙ୍ଗର ୱାଚ’ ସଦ୍ୟତମ ଆକଳନ କହୁଛି ଯେଭାରତ ବର୍ଷରେ୮୦ ଭାଗ ଲୋକ କୌଣସି ନା କୌଣସି ଖାଦ୍ୟ ନିରାପତା ରୁ ବଂଚିତ ହେଉଛନ୍ତି ଏବଂ ଯେତେବେଳେ ବିଶ୍ୱ ଖାଦ୍ୟ ସୂଚକାଙ୍କ-୨୦୨୨ ରିପୋର୍ଟ ଅନୁସାରେ ୧୨୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ । ଏହା ପ୍ରମାଣ କରୁଛି ଯେ, ଭାରତବର୍ଷରେ କ୍ଷୁଧା ଅଛି ଓ ଦାରୀଦ୍ର‌୍ୟ ଅଛି । ସେତେବେଳେ ୮୧ କୋଟି ୩୫ ଲକ୍ଷ ଲୋକଙ୍କର ମାସିକ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ କାଟି ଦେବା ଘୋର ଆପତିଜନକ ।
ଖାଦ୍ୟ ନିରାପତା ଯୋଜନାର ହିତାଧିକାରୀ ମାନଙ୍କୁ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଦେବା ମୋଦୀ ସରକାରର ଐତିହାସିକ ନିଷ୍ପତି ବୋଲି ଯେଉଁମାନେ ଡିଣ୍ଡିମ ପିଟୁଛନ୍ତି । ସେମାନେ ଭୁଲିଯିବା ଉଚିତ ନୁହେଁ । ଯେଏହି ଚାଉଳ ଯୋଜନା ତାଙ୍କର ଅଧିକାର । କେନ୍ଦ୍ର ସରକାରଙ୍କର ଦୟାନୁହେଁ । ୨୦୧୩ ମସିହାରେ ସୋନିଆ ଗାନ୍ଧୀଙ୍କ ଦିଗଦର୍ଶନରେ ତତ୍କାଳୀନ ମନମୋହନ ସିଂହ ସରକାରଏହି ଯୁଗାନ୍ତକାରୀ ଆଇନ୍ ପ୍ରଣୟନ କରିଥିଲେ ।
ସେତେବେଳେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏହାର ବିରୋଧ କରିବା ସ୍ଥଳେ ଆଜି ପ୍ରଶଂସାରେ ଶତମୁଖ ହେବା ଅତ୍ୟନ୍ତ ବିସ୍ମୟକର । ପ୍ରଧାନମନ୍ତ୍ରୀଗରୀବ କଲ୍ୟାଣ ଅନ୍ନ ଯୋଜନା (ପି.ଏମ.ଜି.କେ.ଏ.ୟାଇ) ଉଚ୍ଛେଦ କାରଣରୁ କେନ୍ଦ୍ର ସରକାର କ୍ଷମା ମାଗିବା ସହ ତୁରନ୍ତ ଏହାର ପୁନଃ ପ୍ରଚଳନ ନିଷ୍ପତି ଘୋଷଣା କରନ୍ତୁ ।
ଅନୁରୁପ ଭାବରେ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ମାତ୍ର ୮ ଲକ୍ଷ ୯ ହଜାର ଲୋକଙ୍କୁ ମାସିକ ୫ କେ.ଜି. ହିସାବରେ ମାଗଣା ଚାଉଳ ଯୋଗାଇବାର ଘୋଷଣା କରି ବାହାବା ନେବା ଆଦୌ ଗ୍ରହଣୀୟ ନୁହେଁ । ଏହି ହିତାଧିକାରୀମାନେ ପୂର୍ବରୁ କିଲୋ ପିଛା ୧ ଟଙ୍କାର ଚାଉଳ ପାଉଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ବଂଚିତ ହେଉଥିବା ୮୧ କୋଟି ୩୫ ଲକ୍ଷ ଗରୀବ ପରିବାର ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା କ୍ଷମଣୀୟ ନୁହେଁ ।
ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବେଦରଦୀ ମନୋଭାବ ପାଇଁ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରୁଛି ।
ଯେହେତୁ ଓଡ଼ିଶାରେ ୬୦ ଭାଗ ଲୋକ ଚାଷୀ ଏବଂ ଚାଷୀ ପରିବାରର ମାସିକ ଆୟ ମାତ୍ରେ ୫୧୧୨ ଟଙ୍କା ଯେହେତୁ ସେମାନଙ୍କ ପ୍ରତି ସରକାରୀ ସହାୟତା ଯୋଜନା ଏକାନ୍ତ ଅପରିହାର୍ଯ୍ୟ ।
ଓଡ଼ିଶାବାସୀ ଦାରଦ୍ର‌୍ୟ, ଅନାଟନ ସହ ସଂଘର୍ଷ କରୁଥିବାବେଳେ ରାଜ୍ୟ ସରକାର ନୂଆ ମାଗଣା ଚାଉଳ ଯୋଜନାରେ ୧୨୦୦ ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ସଂଚୟ କରି ତୁନି ପଡ଼ିବ । ଅପରାଧ ବ୍ୟତୀତ କିଛି ନୁହେଁ ।
ଅତଏବ, ସମସ୍ତ ୮୧ କୋଟି ୩୫ ଲକ୍ଷ + ୮ ଲକ୍ଷ ୯ ହଜାର = ୮୧ କୋଟି ୪୩ ଲକ୍ଷ ୯ ହଜାର ହିତାଧିକାରୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ଡାଲି, ଖାଇବା ତେଲ ଓ ଲୁଣ ପ୍ରତିମାସରେ ନିୟମିତ ଭାବରେ ଯୋଗାଇ ଦେବାକୁ କଂଗ୍ରେସ ଦାବୀ କରୁଛି ।
ଶ୍ରୀଯୁକ୍ତ ବେହେରାଙ୍କ ସହ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ଶ୍ରୀ ମନୋରଞ୍ଜନ ଦାସ ଏବଂ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking