28.1 C
Bhubaneswar
Thursday, July 17, 2025
Homeଅପରାଧମା'ର ଗାଳି ସାହିପାରିଲାନି ଝିଅ କଲା ଆତ୍ମହତ୍ୟା

ମା’ର ଗାଳି ସାହିପାରିଲାନି ଝିଅ କଲା ଆତ୍ମହତ୍ୟା

ସୋର : ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୋବାଇଲ୍‌ ଦେଖିବା ସମୟରେ ମାଆଙ୍କ ଆକଟ ସହି ନ ପାରି ଜୀବନ ହାରିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ଆଙ୍ଗୁଳା ଗ୍ରାମର ନିରଞ୍ଜନ ମହାରଣା ଜଣେ ବ୍ୟବସାୟୀ। ତାଙ୍କ ବଡ଼ଝିଅ ରାଜଶ୍ରୀ ମହାରଣା ଜଣେ ମେଧାବୀ ଛାତ୍ରୀ। ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଆଜି ପୂର୍ବାହ୍ନରେ ରାଜଶ୍ରୀ ଟ୍ୟୁସନ୍‌ ଯାଇ ଘରକୁ ଫେରିବା ପରେ ମୋବାଇଲ୍‌ ଦେଖୁଥିଲେ। ମାଆ ଜ୍ୟୋତ୍ସ୍ନାମୟୀ ତାଙ୍କୁ ତାଗିଦ୍‌ କରିବା ସହ ପାଠ ପଢ଼ିବାକୁ କହି କୌଣସି କାମରେ ବାହାରକୁ ଯାଇଥିଲେ। କିଛିସମୟ ପରେ ଘରକୁ ଫେରି ଯାହା ଦେଖିଲେ, ସେଥିରେ ତାଙ୍କ ପାଦତଳୁ ମାଟି ଖସିଗଲା। ରାଜଶ୍ରୀ ନିଜ ଓଢ଼ଣୀକୁ ବେକରେ ଲଗାଇ ଘର ଭିତରେ ଝୁଲିପଡ଼ିଥିଲେ। ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନା ନେଇ ଯାଇଥିଲେ। ହେଲେ, ସେତେବେଳକୁ ରାଜଶ୍ରୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି। ଏ ନେଇ ସୋର ଥାନାରେ ୩୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking