26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଦୁନିଆର ପ୍ରଥମ ଜେଲ ପାଲଟିଛି ଭୂତ କୋଠି

ଦୁନିଆର ପ୍ରଥମ ଜେଲ ପାଲଟିଛି ଭୂତ କୋଠି

ବ୍ୟୁରୋ: ଭୂତ କୋଠି ପାଲଟିଛି ଦୁନିଆର ପ୍ରଥମ ଜେଲ । ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିକୁ ଦୁନିଆର ପ୍ରଥମ ଜେଲ କୁହାଯାଏ । କିନ୍ତୁ ଏହି ଜେଲ ଏବେ ପାଲଟିଛି ଭୂତ କୋଠି । ସଞ୍ଜ ନଇଁ ଆସିଲେ ଏ ସ୍ଥାନ ପୂରା ଶୂନଶାନ୍‌ । ଜେଲ ପାଖ ଦେଇ ଲୋକମାନେ ଯିବାକୁ ଭୟ କରନ୍ତି । କୁହାଯାଏ ଏଠାରେ ଅଶରିରୀ ବାସ କରୁଛି । ରାତି ତ ରାତି ଦିନ ବେଳେ ବି ଲୋକମାନେ ଏ ସ୍ଥାନକୁ ଯିବାକୁ ଭୟ କରନ୍ତି । ରାତି ହେଲେ ଭୟଙ୍କର ଚିତ୍କାର ଶୁଣାଯାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ଜେଲ ବିଷୟରେ କିଛି ଭିନ୍ନ ତଥ୍ୟ । ଯେତେବେଳେ ଏହି ଜେଲକୁ ନିର୍ମାଣ କରାଯାଇଥିଲା ଏହା ଦୁନିଆର ଏକ ଆଦର୍ଶ ଜେଲ ଥିଲା । ଦୁର୍ଦ୍ଦାନ୍ତ କଏଦୀମାନଙ୍କ ପାଇଁ ଏହା ଉପଯୁକ୍ତ ଜେଲ ଥିଲା । ଏହା ‘ପୃଥିବୀର ନର୍କ ଭାବେ ମଧ୍ୟ ପରିଚିତ ଥିଲା । ଏକଦା ଦୁନିଆର ସବୁଠାରୁ ଦୁର୍ଦ୍ଦାନ୍ତ କଏଦୀମାନେ ଏହି ଜେଲରେ ବନ୍ଦୀ ହୋଇ ରହୁଥିଲେ କିନ୍ତୁ ଏହା ଏବେ ଭୂତ କୋଠିରେ ପରିଣତ ହୋଇଛି ।

ଡେଲିଷ୍ଟାର ରିପୋର୍ଟ ଅନୁସାରେ, ଆମେରିକାର ପେନସିଲଭାନିଆ ଫିଲାଡେଲଫିଆ ସହରରେ ଏହି ଜେଲ ୧୮୨୯ରେ ଖୋଲା ଯାଇଥିଲା ଏବଂ ୧୯୭୧ ମସିହା ପର୍ଯ୍ୟନ୍ତ ଏହା ଚାଲୁ ରହିଥିଲା । ଏହି ଜେଲରେ ରହୁଥିବା କୁଖାତ୍ୟ ଅପରାଧୀଙ୍କ ପାଇଁ ଏହା ପ୍ରସିଦ୍ଧ ଥିଲା । ଏଠାରେ ତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉଥିଲା । ଆରମ୍ଭ ସମୟରେ ମାତ୍ର ୨୫୦ ଜଣ କଏଦୀଙ୍କ ପାଇଁ ଏହା ନିର୍ମାଣ କରାଯାଇଥିଲା । କିନ୍ତୁ ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ ବୃଦ୍ଧି ପାଇଥିଲା । ଏହି ଜେଲ ବନ୍ଦୀମାନଙ୍କ ପାଇଁ ନର୍କଠାରୁ କମ୍ ନଥିଲା ବୋଲି କୁହାଯାଏ । ଦୁଇ ଜଣ କଏଦୀଙ୍କୁ ଏକ ଛୋଟ କୋଠରୀରେ ରଖାଯାଉଥିଲା। ୧୯୦୦ ଦଶକ ଆରମ୍ଭରେ ଏହି ଜେଲରେ ଟିବି ବା ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ବଢ଼ିଯିବାରୁ ବହୁ କଏଦୀଙ୍କ ମୃତ୍ୟୁ ହୋଇଥିଲା । ଶୀତଦିନେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚି ଯାଉଥିଲା ଏବଂ ଏହି କାରଣରୁ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । ଏହି କାରଣରୁ ଜେଲ ଅଧିକାରୀ ଅଧିକ କୋଠରୀ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ । ପରେ ଅନେକ ଅଣ୍ଡରଗ୍ରାଉଣ୍ଡ କୋଠରି ତିଆରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking