ଭୁବନେଶ୍ୱର: ତାପମାତ୍ରା ବୃଦ୍ଧି ସହ ଘନ କୁହୁଡି କରିବ ଆକ୍ତାମାକ୍ତା । ୨୪ ଘଣ୍ଟା ଯାଏଁ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ କରାଯାଇଛି । ଏପଟେ ୫ ଡିଗ୍ରୀ ଯାଏଁ ବଢିବ ରାତିର ତାତି । ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବଢିବ । ଆସନ୍ତା ୫ ଦିନ ଆହୁରି ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ପଯ୍ୟନ୍ତ ବଢିବ । ଉପକୁଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ଉପକୂଳ ଓଡିଶାରେ ବଢିବ ତାତି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଦେଇଛନ୍ତି ।