20.1 C
Bhubaneswar
Saturday, December 21, 2024
Homeଓଡିଶାମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାପାଣି

ମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାପାଣି

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି | ହୀରାକୁଦ ଜଳଭଣ୍ଡାରର ଏ ଯାଏଁ ମୋଟ ୨୨ଟି ଗେଟ୍ ଖୋଲାଯାଇଛି। ଅନ୍ୟପଟେ ଆଠଗଡ ବଡମ୍ବା ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀ ବନ୍ୟା ଜଳ । ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି । ବନ୍ୟାପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ଼ ଉପରେ ଥିବା ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking