28.1 C
Bhubaneswar
Saturday, June 14, 2025
Homeଓଡିଶାକଟକରେ ଆୟୋଜିତ ହେବ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

କଟକରେ ଆୟୋଜିତ ହେବ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୫ ତାରିଖରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ଫାଇନାଲ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି । କିମ୍ବନ୍ଦନ୍ତୀ କ୍ରିକେଟର୍‌ମାନେ ଏହି ଲିଗ୍‌କୁ ଗମ୍ଭୀର ବ୍ୟାପାର ଭାବେ ବ୍ୟାଖା କରିଥିବା ବେଳେ, ନିଜ ପ୍ରାରମ୍ଭିକ ପର୍ଯ୍ୟାୟ ଭଳି ସମାନ ରୂପେ ମଇଦାନରେ ଟକ୍କର ଦେଉଛନ୍ତି । ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ମହମ୍ମଦ କୈଫ୍ ଏକ ଡାଇଭିଙ୍ଗ୍ କ୍ୟାଚ୍ ନେବା ପୂର୍ବରୁ ଫେନ୍ସ ନିକଟରେ ପଡିଆକୁ କଭର୍ କରି ରଖିବା ସହିତ ପ୍ରଶଂସକମାନଙ୍କୁ ତାଙ୍କର ଚମତ୍କାର ଫିଲ୍ଡିଙ୍ଗ୍ ଦକ୍ଷତାରେ ଭାବୁକ କରାଇଛନ୍ତି । ସେହିପରି ସ୍ୱାଶ୍‌ବକ୍‌ଲର୍ ୟୁସୁଫ୍ ପଠାନ୍ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । କେଭି୍ ଓ’ବ୍ରିଏନ୍ ଓ ଆସ୍‌ଲି ନର୍ସଙ୍କ ଭଳି ଷ୍ଟାର୍‌ମାନେ ଚମତ୍କାର ସେଂଚୁରୀ ମାରିଛନ୍ତି । ଏସବୁ ପ୍ରଶଂସକଙ୍କଠାରୁ ଚମତ୍କାର ପ୍ରତିକ୍ରିୟା ହାସଲ କରିଛି ବୋଲି ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ସହପ୍ରତିଷ୍ଠାତା ଓ ସିଇଓ ରମଣ ରହେଜା କହିଛନ୍ତି ।

ସେ କହିଛନ୍ତି, ‘ଆମେ ଉଭୟ ଷ୍ଟାଡିୟମ ଭିତରର ଦର୍ଶକ ଓ ଟିଭି ରେଟିଙ୍ଗ୍‌ଗୁଡିକରୁ ଉଲ୍ଲେଖନୀୟ ପ୍ରତିକ୍ରିୟା ହାସଲ କରିଛୁ । ଆମେ ପ୍ରଥମ ମ୍ୟାଚ୍ ପାଇଁ ଟିଭି ରେଟିଙ୍ଗ୍ ହାସଲ କରିଛୁ । ଏହା ରେଟିଙ୍ଗ୍ ଦୃଷ୍ଟିରୁ ପୂର୍ବ ସିଜନ୍ ତୁଳନାରେ ୫ ଗୁଣ ଉଚ୍ଚ ରହିଛି । ଆମେ ଆଇପିଏଲ୍ ପରେ ଭାରତରେ ୨ୟ ସର୍ବାଧିକ ଦେଖାଯାଇଥିବା ଟି୨୦ ଲିଗ୍‌ର ସ୍ଥିତି ବଜାୟ ରଖିଛୁ ଏବଂ ଆମର ଡିଜିଟାଲ ଫୁଟ୍‌ପ୍ରିଂଟ୍ ୬୦୦ ମିଲିୟନ ଅତିକ୍ରମ କରିଛି ।’
ଚଳିତ ସିଜନ ଭାରତରେ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମଗୁଡିକରେ ୧୬ ମିଲିୟନରୁ ଅଧିକ ସ୍ୱତନ୍ତ୍ର ଦର୍ଶକ ରେକର୍ଡ କରିଛି ଏବଂ ଏହାର ଡିଜିଟାଲ ଫୁଟ୍‌ପ୍ରିଂଟ୍ ବିଶ୍ୱବ୍ୟାପୀ ୬୦୦ ମିଲିୟନ ପ୍ରଶଂସକ ଅତିକ୍ରମ କରିଛି । ସଦ୍ୟତମ ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍ (ବାର୍କ) ଟିଭି ରେଟିଙ୍ଗ୍ ଅନୁଯାୟୀ, ବିଶ୍ୱର କିଛି ମହାନ ଖେଳାଳିଙ୍କ ଅଂଶଗ୍ରହଣ ସହିତ ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଇଣ୍ଡିଆ ମହାରାଜାସ୍ ଓ ୱାର୍ଲ୍ଡ ଜିଆଂଟ୍‌ସ ମଧ୍ୟରେ ଏହି ସିଜନର ଓପ୍‌ନିଙ୍ଗ ମ୍ୟାଚ୍ ବର୍ତମାନ ଦେଶରେ ଜାରି ରହିଥିବା ଅନ୍ୟ ଯେକୌଣସି କ୍ରିକେଟ୍ ଲିଗ୍‌ଠାରୁ ଅଧିକ ରେଟିଙ୍ଗ୍ ହାସଲ କରିଛି ।

ଇଂଲଣ୍ଡ୍‌ର ଗ୍ରାଏମେ ସ୍ୱାନ୍ ଅପ୍‌-ସ୍ପିନ୍ ସହିତ ବ୍ୟାଟର୍‌ମାନଙ୍କୁ ପରାଜିତ କରିବାକୁ ଚେଷ୍ଟା କରୁଛନ୍ତି । ଗୁଜରାଟ ଜିଆଂଟ୍‌ସ ପାଇଁ ଖେଳୁଥିବା ସ୍ୱାନ୍ ନୂଆଦିଲ୍ଲୀରେ ଏକ ପ୍ରେସ୍ କନ୍‌ଫରେନ୍ସରେ କହିଛନ୍ତି, ସେ କଡା ପ୍ରଶିକ୍ଷଣ ନେଉଥିବାରୁ ପଡିଆରେ ପ୍ରତିଦ୍ୱନ୍ଦିତା ପ୍ରାକ୍ଟିସ୍ ନେଟ୍‌ଠାରୁ ଅଧିକ ରହୁଛି । ଏହା ଏକ ଚମତ୍କାର ଟୁର୍ଣ୍ଣାମେଂଟ୍‌, ଏହାର ପ୍ରତିଯୋଗିପୂର୍ଣ୍ଣତା ମୋତେ ଚକିତ କରିଛି । ମୁଁ ଭାବୁଥିଲି ଏହା ମୋ ପାଇଁ ସହଜ ହେବ ।’
ଭିଲ୍‌ୱାରା କିଙ୍ଗ୍‌ସ ପେସର୍ ଏସ୍ ଶ୍ରୀସାନ୍ଥ କହିଛନ୍ତି, କିମ୍ବନ୍ଦନ୍ତୀ ଖେଳାଳିମାନେ ନିୟମିତ ଭାବେ ଜିମ୍ ଯାଉଛନ୍ତି । ଏହା ଏକ ଚାରିଟି ଗେମ୍ ନୁହେଁ, ପ୍ରତ୍ୟେକ ଖେଳାଳି ଜିମ୍ ଯାଉଛନ୍ତି, ଟ୍ରେନିଙ୍ଗ୍ ନେଉଛନ୍ତି । ମୁଁ ଆଶ୍ଚର୍ଯ୍ୟ ଯେ, ମୁଁ ସମାନ ଶକ୍ତି ଓ ବେଗରେ ବୋଲିଙ୍ଗ୍ କରୁଛି ଯେଉଁଭଳି ମୁଁ ଦେଶ ପାଇଁ ଖେଳିବା ସମୟରେ ବୋଲିଙ୍ଗ୍ କରୁଥିଲି ।’

ସ୍ୱାନ୍‌ଙ୍କ ଗୁଜରାଟ ଜିଆଂଟ୍‌ସ ଟିମ୍‌ମେଟ୍ ଓ ପୂର୍ବତନ ଶ୍ରୀଲଙ୍କା ମିଷ୍ଟ୍ରି ସ୍ପିନର୍ ଅଜନ୍ଥା ମେଣ୍ଡିସ୍ ସମାନ ମତ ପ୍ରକାଶ କରିଛନ୍ତି । ସେ କହିଥିଲେ ‘ ପ୍ରତ୍ୟେକ ଖେଳାଳି ଏଠାରେ ଅତ୍ୟଧିକ ଗମ୍ଭୀର କ୍ରିକେଟ୍ ଖେଳୁଛନ୍ତି । ଅନେକ କିମ୍ବନ୍ଦନ୍ତୀ ଖେଳାଳିମାନେ ଏବେ ପଡିଆରେ ଖୁବ୍ ଭୟଙ୍କର ଖେଳୁଛନ୍ତି । ମୁଁ ଏହି ଟୁର୍ଣ୍ଣାମେଂଟ୍‌ରେ ଖେଳିବା ପାଇଁ ଉତ୍ସାହିତ ରହିଛି ।’ ଭିଲ୍‌ୱାରା କିଙ୍ଗ୍‌ସ ଫିଡେଲ୍ ଏଡ୍‌ୱାର୍ଡସ୍ ମଧ୍ୟ ଏହି ପ୍ରେସ୍ କନ୍‌ଫରେନ୍ସରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking