30.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଛାତ୍ରୀଙ୍କ ପ୍ରେମରେ ଦିଓ୍ଵାନୀ ହେଲେ ସ୍କୁଲ ଶିକ୍ଷୟିତ୍ରୀ; ଲିଙ୍ଗ ପରିବର୍ତ୍ତନ କରାଇ ସବୁଦିନ ପାଇଁ କରିନେଲେ...

ଛାତ୍ରୀଙ୍କ ପ୍ରେମରେ ଦିଓ୍ଵାନୀ ହେଲେ ସ୍କୁଲ ଶିକ୍ଷୟିତ୍ରୀ; ଲିଙ୍ଗ ପରିବର୍ତ୍ତନ କରାଇ ସବୁଦିନ ପାଇଁ କରିନେଲେ ନିଜର..

ନୂଆଦିଲ୍ଲୀ : ରାଜସ୍ଥାନର ଭରତପୁରରେ ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରୀଙ୍କୁ ଭଲ ପାଇ ବସିଲେ। ଆଶ୍ଚର‌୍ୟ୍ୟଜନକ କଥା ହେଉଛି, ଛାତ୍ରୀ ମଧ୍ୟ ସେହି ଶିକ୍ଷୟିତ୍ରୀଙ୍କୁ ପ୍ରେମ କରିବା ଆରମ୍ଭ କଲେ। କାହାଣୀ କିନ୍ତୁ ଏଇଠି ଶେଷ ହେଲା ନାହିଁ। ଦୁଇଜଣ ନିଜ ପ୍ରେମକୁ ସାର୍ଥକ କରିବା ପାଇଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। କୁହନ୍ତି, ପ୍ରେମରେ ସବୁକିଛି ସମ୍ଭବ। ଯେତେବେଳେ ପ୍ରେମକୁ ପାଇବା ପାଇଁ ଜିଦ୍ ଥିବ, ସେତେବେଳେ କିଛି ବି ସମ୍ଭବ ହୋଇପାରିବ। ଏମିତି ହିଁ କିଛି କରି ଦେଖାଇଛନ୍ତି ମହିଳା ଶିକ୍ଷୟିତ୍ରୀ।
ଶିକ୍ଷୟିତ୍ରୀ ଜଣକ ନିଜର ଲିଙ୍ଗ ପରିବର୍ତ୍ତନ କରାଇ ଯୁବତୀରୁ ଯୁବକ ହୋଇଥିଲେ ଏବଂ ଏହାପରେ ଛାତ୍ରୀଙ୍କୁ ବିବାହ କରିଥିଲେ। ଶିକ୍ଷୟିତ୍ରୀଙ୍କ ନାମ ମୀରା କୁନ୍ତଳ, ଯିଏ କି, ଲିଙ୍ଗ ପରିବର୍ତ୍ତନ କରାଇବା ପରେ ଏବେ ଆରବ କୁନ୍ତଳ ନାମରେ ପରିଚିତ ହେଉଛନ୍ତି। ରିପୋର୍ଟ ମୁତାବକ, ଶିକ୍ଷୟିତ୍ରୀ ମୀରା ଓ ସ୍କୁଲ ଛାତ୍ରୀ କଳ୍ପନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କୁହାଯାଉଛି କି, ମୀରା କୁନ୍ତଳ ଜଣେ ଶାରୀରିକ ଶିକ୍ଷୟିତ୍ରୀ ଥିଲେ। ସେ ଛାତ୍ରୀଙ୍କୁ କବାଡ଼ି ଖେଳ ଶିଖାଉଥିଲେ ଏବଂ ତାଙ୍କୁ ରାଜ୍ୟସ୍ତରୀୟ କବାଡ଼ି ଖେଳିବା ପାଇଁ ମଧ୍ୟ ନେଇକି ଯାଇଥିଲେ।
ଶିକ୍ଷୟିତ୍ରୀ ଜଣକ ପ୍ରଥମରୁ ହିଁ ନିଜର ଲିଙ୍ଗ ପରିବର୍ତ୍ତନ କରାଇବାକୁ ଚାହୁଁଥିଲେ। ୟୁଟ୍ୟୁବରୁ ସମସ୍ତ ସୂଚନା ପାଇବା ପରେ ସେ ଦିଲ୍ଲୀ ଯାଇଥିଲେ ଏବଂ ସେଠାରେ ନିଜର ଚିକିତ୍ସା କରାଇଥିଲେ। ୨୦୧୯ରେ ଚିକିତ୍ସା ଆରମ୍ଭ ହୋଇଥିଲା ଏବଂ ୨୦୨୧ରେ ଶେଷ ସର୍ଜରୀ ହୋଇଥିଲା। ବର୍ତ୍ତମାନ ବିବାହ ପରେ ତାଙ୍କ ପରିବାର ଲୋକେ ଖୁସି ଥିବା ମୀରା କହିଛନ୍ତି। ସେପଟେ ଛାତ୍ରୀ କଳ୍ପନା କହିଛନ୍ତି, ‘ମୋ ସ୍କୁଲରେ ମୀରା ଶାରୀରିକ ଶିକ୍ଷୟିତ୍ରୀ ଥିଲେ। ସେ ହିଁ ମୋତେ ୧୦ମ ଶ୍ରେଣୀରୁ ଖେଳ ଶିଖାଇଛନ୍ତି। ମୋ ଖେଳ ହେଉଛି କବାଡ଼ି ଏବଂ ଆଜି ମୁଁ ଯାହା ବି କିଛି ହୋଇଛି, ସବୁ ମୋ ସ୍ୱାମୀ ଆରବଙ୍କ ଯୋଗୁ ହିଁ ହୋଇଛି। ମୁଁ ପ୍ରଥମରୁ ହିଁ ତାଙ୍କୁ ଚାହୁଁଥିଲି। ଯଦି ସେ ନିଜର ସର୍ଜରୀ କରାଇ ନ ଥାଆନ୍ତେ, ତା’ ହେଲେ ବି ମୁଁ ତାଙ୍କୁ ବିବାହ କରି ଥାଆନ୍ତି। ଯେତେବେଳେ ସେ ସର୍ଜରୀ କରାଇବାକୁ ଯାଇଥିଲେ, ସେତେବେଳେ ମୁଁ ତାଙ୍କ ସାଥୀରେ ଥିଲି’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking