26.1 C
Bhubaneswar
Friday, June 6, 2025
Homeଅପରାଧନାବାଳିକା ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ

ନାବାଳିକା ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ

ବ୍ୟୁରୋ: ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ । ଖବରଟି ଆପଣଙ୍କୁ ନିଶ୍ଚିତ ବିଚଳିତ କରିପାରେ । କିନ୍ତୁ ଏମିତି ଘଟଣା ଘଟିଛି କେରଳର ମାଲାପୁରମ ଅଞ୍ଚଳରେ । ନିଜ ନାବାଳିକା ଝିଅ ସହ ବାରମ୍ବାର ଦୁଷ୍କର୍ମ କରିବା ଏବଂ ତାକୁ ଗର୍ଭବତୀ କରିବା ଅପରାଧରେ ମାଲାପୁରମ୍ ଅଞ୍ଚଳର ଜଣେ ବ୍ୟକ୍ତିକୁ କେରଳର ଏକ କୋର୍ଟ ତିନି ଥର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।
ମଞ୍ଜେରୀ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର କୋର୍ଟର ବିଚାରପତି ରାଜେଶ କେ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆଇନର ବିଭିନ୍ନ ଦଫାରେ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ବଞ୍ଚିଥିବା ପର୍ଯ୍ୟନ୍ତ ସେ ଜେଲ ଭିତରେ ରହିବ ବୋଲି ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଏ ସୋମସୁନ୍ଦରନ୍ କହିଛନ୍ତି ।

ଏହା ସହ କୋର୍ଟ ମଧ୍ୟ ତାକୁ ୬.୬ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ସୂଚନାଯୋଗ୍ୟ, ଅପରାଧୀ ଜଣକ ୨୦୨୧ ମାର୍ଚ୍ଚ ମାସରେ ଝିଅକୁ ୧୫ ବର୍ଷ ହୋଇଥିବା ବେଳେ ତାକୁ ବଳାତ୍କାର କରିଥିଲା । କୋଭିଡ୍‌-୧୯ ସମୟରେ ସ୍କୁଲ ବନ୍ଦ ଥିବା ଓ ଅନ୍ଲାଇନ୍ କ୍ଲାସ୍ ଚାଲିଥିବାରୁ ଝିଅ ସେତେବେଳେ ଘରେ ରହୁଥିଲା । ବାପା ବେଡରୁମକୁ ଡାକିନେଇ ତାକୁ ଦୁଷ୍କର୍ମ କରିଥିଲା । ଝିଅ ପ୍ରତିବାଦ କରିବାରୁ ସେ ତା’ ମାଆକୁ ମାରିଦେବ ବୋଲି ଧମକ ଦେଇଥିଲା । ତା’ ପର ଠାରୁ ଝିଅକୁ ଲଗାତାର ବାପା ଦୁଷ୍କର୍ମ କରିଆସୁଥିଲା । ୨୦୨୧ରେ ଝିଅକୁ ଅନେକ ଥର ବଳାତ୍କାର କରିଥିଲା । ତେବେ ଝିଅ ଗର୍ଭବତୀ ହେବା ପରେ ଜାନୁଆରୀ ୨୦୨୨ରେ ଘଟଣା ପଦାକୁ ଆସିଥିଲା । ପେଟ ଯନ୍ତ୍ରଣା ବଢିବା ପରେ ଡାକ୍ତରକୁ ଦେଖାଇଥିଲେ । ଆଉ ଡାକ୍ତରଙ୍କ ଆଗରେ ଝିଅଟି ସତକଥା ମାନିଥିଲା । ଏହାପରେ ମାମଲା ରୁଜୁ ହୋଇଥିଲା ଏବଂ ଡିଏନ୍‌ଏ ପରୀକ୍ଷାରୁ ଝିଅ କଥା ସତ ବୋଲି ପ୍ରମାଣିତ ହୋଇଥିଲା । ତେବେ ଏହି ମାମଲାରେ ଅପରାଧିକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking