32.1 C
Bhubaneswar
Friday, September 20, 2024
Homeଅପରାଧଝିଅର ମୁଣ୍ଡ କାଟି ହତ୍ୟା କଲା ନୃଶଂସ ବାପା

ଝିଅର ମୁଣ୍ଡ କାଟି ହତ୍ୟା କଲା ନୃଶଂସ ବାପା

ନୂଆଦିଲ୍ଲୀ: ବେଳେବେଳେ ରାଗ ହିଁ ସବୁକିଛି ଶେଷ କରିଦିଏ । ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ । ତେବେ ଏହି ରାଗରେ ଜଣେ ବ୍ୟକ୍ତି ନିଜ ଝିଅକୁ ମାରିବାକୁ ପଛାଇ ନାହିଁ । କେବଳ ହତ୍ୟା କରିଛି ତାହା ନୁହେଁ । ଝିଅର ମୁଣ୍ଡ କାଟି ଶରୀରରୁ ଅଲଗା କରିଛି ନିଜ ଜନ୍ମ କଲା ବାପ ।

ଝିଅମାନେ ବାପାଙ୍କର ଗେହ୍ଲା ହୋଇଥାନ୍ତି । କେତେ ଗେଲ ବସରରେ ଝିଅକୁ ବଡ଼ କରିଥାନ୍ତି ବାପା ମା’ । କିନ୍ତୁ ଜଣେ ବାପ ରାଗରେ ନିଜ ଝିଅକୁ ହତ୍ୟା କରିଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୃକ୍ତ ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ତା ପରେ ଯାହା ଦେଖିଥିଲା ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲା ପୋଲିସ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ଜଣେ ବାପା ଏମିତି ନୃଶଂସ କିପରି ହୋଇ ପାରିଲା ଯେ ନିଜ ଝିଅକୁ ଏଭଳି ହତ୍ୟା କରିବାକୁ ପଛାଇଲାନି ।

ଏଭଳି ଅଭାବନୀୟ ଘଟଣା ବିହାରର ଖଗଡ଼ିଆ ଜିଲ୍ଳା ଗୋଗରୀ ଥାନା ଅନ୍ତର୍ଗତ ମୈରା ଗାଁରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଅନିରୁଦ୍ଧ ମୁନି ନୃଶଂସତାର ସବୁ ସୀମା ପାର କରି ନିଜ ଝିଅକୁ ଏଭଳି ଅମାନବୀୟ ଭାବେ ହତ୍ୟା କରିଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି । ପୋଲିସ କହିବା ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ଘଟଣା ପରେ ବ୍ୟକ୍ତି ଜଣକ ନିଜ ଝିଅର ହତ୍ୟା କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣା ପଡ଼ିଛି ।

ଝିଅକୁ ହତ୍ୟା କରିବା ପରେ ଅନିରୁଦ୍ଧ ଫେରାର ହେବାକୁ ଚେଷ୍ଟା କରୁଥିଲା କିନ୍ତୁ ପୋଲିସ ଠିକ ସମୟରେ ପହଞ୍ଚି ଅଭିଯୁକ୍ତକୁ ଘଟଣାସ୍ଥଳରୁ ହିଁ ଗିରଫ କରିଥିଲା । ମୃତକର ମା’ ମମତା ଦେବୀଙ୍କ ଅଭିଯୋଗ କ୍ରମେ ଏତଲା ଦାୟର କରାଯାଇଛି, ଯେଉଁଥିରେ ଅନିରୁଦ୍ଧକୁ ହିଁ ଅଭିଯୁକ୍ତ କୁହାଯାଇଛି । ପୋଲିସ କହିବା ଅନୁସାରେ ମୃତ ଝିଅର ଉଭୟ ବାପା ଓ ମା’ ଠାରୁ ମୋବାଇଲ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking