32.1 C
Bhubaneswar
Thursday, May 9, 2024
Homeଅପରାଧଦୁଇ ପୁଅଙ୍କ ସହ ମିଶି ଝିଅକୁ ନୃଂଶସ ଭାବେ ହତ୍ୟା କଲା ବାପ

ଦୁଇ ପୁଅଙ୍କ ସହ ମିଶି ଝିଅକୁ ନୃଂଶସ ଭାବେ ହତ୍ୟା କଲା ବାପ

ବେଙ୍ଗାଲୁର: ଅନ୍ୟ ଜାତିରେ ପ୍ରେମ କରିବା ହେଲା କାଳ । ଦୁଇ ପୁଅଙ୍କ ସହ ମିଶି ଝିଅକୁ ନୃଂଶସ ଭାବେ ହତ୍ୟା କଲା ବାପା । ଭୁଲିଗଲା ମାନବିକତା । ମିଛ ସମ୍ମାନ ପାଇଁ ନିଜ ଝିଅର ଜୀବନ ନେବାକୁ ବି ପଛାଇଲା ନାହିଁ ସଇତାନ ବାପା । ଝିଅକୁ ହତ୍ୟାକରି ଗୁପ୍ତରେ ତାର ଅନ୍ତିମ ସଂସ୍କାର କରୁଥିବା ବେଳେ ଧରିଲା ପୋଲିସ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର କୋଲାର ଜିଲ୍ଲାରେ । ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଜଣିବା ପରେ ବାପା ଏପରି ଜଘନ୍ୟକାଣ୍ଡ ଘଟାଇଥିବା କୋଲାର ପୋଲିସ ସୂଚନା ଦେଇଛି । ପୋଲିସ ସୂଚନା ଅନୁଯାୟୀ, କୋଲାର ଟୋଲି ଗାଁର ୧୯ ବର୍ଷିଆ ରମୟା । ରମୟା ଜଣେ ଅନ୍ୟ ଜାତିର ପୁଅ ସହ ପ୍ରେମ କରୁଥିବା ପରିବାର ଲୋକେ ଜଣିବାକୁ ପାଇଥିଲେ ।

ଯାହିକୁ ନେଇ ରମୟାଙ୍କ ପିତା ଭେଙ୍କଟେସ ଏବଂ ନିଜ ଦୁଇ ସହଯୋଗୀ ମୋହନ ଏବଂ ଚୌଦେଙ୍କ ସହ ମିଶି ରମାୟଙ୍କୁ ମାରପିଟ କରିବା ସହ ସେ ପିଲାସହ ନମିଶିବା ପାଇଁ ତାଗିଦ କରିଥିଲେ । ଏହାସହ ମୋହନ ଏବଂ ଚୌଦେ ରମାୟ ପସନ୍ଦ କରୁଥିବା ପିଲାକୁ ମଧ୍ୟ ତାଗିଦ କରିବା ସହ କଳିଝଗଡ଼ା କରିଥିଲେ । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଏକ ଗଣ୍ଡୋଗଳ ହୋଇଥିଲା । ମାତ୍ର ପରିବାର ବାରଣ ସତ୍ତ୍ୱେ ଝିଅ ରମୟା ନିଜ ପ୍ରେମିକ ସହ ସମ୍ପର୍କ ଛିନ୍ନ କରିନଥିଲେ ।

ଏହି ଘଟଣା ଜାଣିବା ପରେ ରମାୟାଙ୍କ ପିତା ଉତ୍ତକ୍ଷିପ୍ତ ହୋଇ ନିଜ ଦୁଇ ସହଯୋଗୀଙ୍କ ସହ ମିଶି ଝିଅକୁ ହତ୍ୟା କରିଥିଲେ । ପରେ ସମସ୍ତ ପ୍ରମାଣ ଲୁଚାଇବା ପାଇଁ ଅଗଷ୍ଟ ୨୫ ତାରିଖରେ ତାର ଅନ୍ତିମ ସଂସ୍କାର ବି କରିଦେଇଥିଲେ । ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ହେବା ପରେ କୋଲାର ରୁରାଲ ପୋଲିସ ନିଜ ଆଡୁ ଏକ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଭେଙ୍କଟେସଙ୍କୁ ପଚାରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏହାପରେ ରମାୟଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ଯାଇ ସ୍ଥାନୀୟ ତହସିଲଦାର ହର୍ଷବଦ୍ଧନଙ୍କ ଉପସ୍ଥିତରେ ମୃତଦେହର ଅଂଶକୁ ଉଦ୍ଧାର କରିଥିଲେ । ପୋଲିସ ଏହାକୁ ଫରେନ୍ସିକ ଲ୍ୟାବ୍କୁ ପଠାଇବା ସହ ଭେଙ୍କଟେସ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking