30.1 C
Bhubaneswar
Thursday, May 9, 2024
Homeଅପରାଧପରକୀୟା ପ୍ରୀତି ସନ୍ଦେହରେ ବାନ୍ଧବୀକୁ ହତ୍ୟା କଲା ପ୍ରେମିକ

ପରକୀୟା ପ୍ରୀତି ସନ୍ଦେହରେ ବାନ୍ଧବୀକୁ ହତ୍ୟା କଲା ପ୍ରେମିକ

ବେଙ୍ଗାଲୁରୁ: ପରକୀୟୀ ପ୍ରୀତି ସନ୍ଦେହରେ ମହିଳା ବାନ୍ଧବୀକୁ ହତ୍ୟା କଲା ପ୍ରେମିକ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଶନିବାର ଏଭଳି ଏକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ପ୍ରେମିକ ପ୍ରେମିକାର ମୁଣ୍ଡକୁ ପ୍ରେସର କୁକରରେ ଆଘାତ ଦେବା ଫଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଥିବା ସହ ଅଭିଯୁକ୍ତ ପ୍ରେମିକକୁ ଚିହ୍ନଟ କରି ପଚରାଉଚରା କରୁଛି । ଶନିବାର ସନ୍ଧ୍ୟା ସମୟରେ ବେଙ୍ଗାଲୁରୁ ବେଗୁର ପୋଲିସ ଷ୍ଟେସନ ନିକଟ ନ୍ୟୁ ମାଇକୋ ଲେଆଉଟଠାରେ ଘଟିଛି ଏହି ବର୍ବରକାଣ୍ଡ । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ପ୍ରେମିକ ବୈଷ୍ଣବ ଓ ମୃତ୍ୟୁବରଣ କରିଥିବା ଯୁବତୀ ଦେବା (୨୪) କଲେଜ ସମୟରୁ ବନ୍ଧୁ ଥିଲେ । ଉଭୟଙ୍କ ଘର କେରଳ ହୋଇଥିବା ବେଳେ ଚାକିରି ଅନୁସନ୍ଧାନରେ ସେମାନେ ବେଙ୍ଗାଲୁରୁ ଆସିଥିଲେ । ପ୍ରାଥମିକ ସୂଚନା ଅନୁସାରେ ବୈଷ୍ଣବ ଓ ଦେବା ଲିଭ-ଇନ ରିଲେସନସିପରେ ରହୁଥିଲେ । ଉଭୟ ଗୋଟିଏ କଲେଜରେ ପାଠ ପଢୁଥିଲେ । ଗ୍ରାଜୁଏସନ ଶେଷ କରିବା ପରେ ଚାକିରି ଲାଗି ଉଭୟ ବେଙ୍ଗାଲୁରୁ ଆସିବାକୁ ସ୍ଥିର କରିଥିଲେ । ହେଲେ ପରିବାର ସେମାନଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିନଥିଲେ ।

ଏହାପରେ ଯୁବକ ଯୁବତୀ କେରଳରୁ ବେଙ୍ଗାଲୁରୁ ଆସିଥିଲେ । ଏଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରିବା ସହ ଏକାଠି ରହୁଥିଲେ । କିଛି ଦିନ ତଳେ ଦେବା ଅନ୍ୟ ଜଣେ ଯୁବକ ସହିତ ସମ୍ପର୍କରେ ଥିବା ବୈଷ୍ଣବ ଜାଣିବାକୁ ପାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିଲା । ସବୁଦିନ ପରି ଶନିବାର ସନ୍ଧ୍ୟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ବୈଷ୍ଣବ ଏକ ପ୍ରେସର କୁକରରେ ଦେବାଙ୍କ ମୁଣ୍ଡକୁ ଆଘାତ ଦେଇଥିଲା । ଏହାପରେ ଦେବା ଅଚେତ ହୋଇ ଚଟାଣରେ ପଡ଼ିଯାଇଥିବା ବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଦକ୍ଷିଣ ପୂର୍ବ ଡିଭିଜନର ଡିସିପି ସିକେ ବାବା କହିଛନ୍ତି, ” ଗତକାଲି ୪.୩୦ରୁ ୫.୩୦ ମଧ୍ୟରେ ଏହି ଘଟଣା ଘଟିଛି । ବେଗୁର ପୋଲିସ ଷ୍ଟେସନରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ପଚରାଉଚରା କରୁଛି । ଏହାସହ ଯୁବତୀଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ହସ୍ପିଟାଲକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking