27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର; ଜୀବନ ହାରିବା ପଛରେ ଋଣ

କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର; ଜୀବନ ହାରିବା ପଛରେ ଋଣ

ଲକ୍ଷ୍ନୌ: ଗତକାଲି ଆନ୍ଧ୍ର ପ୍ରଦେଶରୁ ଆସିଥିବା ଗୋଟିଏ ପରିବାର ୪ ସଦସ୍ୟ ଉତ୍ତପ୍ରଦେଶର ଦଶାଶ୍ୱମେଧ ଥାନା ଅଞ୍ଚଳରେ କାଶୀ କୈଳାଶ ଭବନ ନାମକ ଧର୍ମଶାଳାରେ ଜୀବନ ହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତଦେହ ନିକଟରୁ ପୋଲିସ ସୁଇସାଇଡାଲ ନୋଟ୍ ଜବତ କରିଥିବା ବେଳେ ଋଣ ପରିଶୋଧକୁ ନେଇ ପରିବାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ସେପଟେ ଜୀବନ ହାରିବା ପୂର୍ବରୁ ଘର ମଧ୍ୟରେ ପୂଜାର୍ଚ୍ଚନା କରାଯାଇଥିବା ନେଇ ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ଦଶାଶ୍ୱମେଧ ଥାନା ଅଞ୍ଚଳରେ ଦେବନାଖପୁର ସ୍ଥିତ କାଶୀ ନିକଟ କୈଳାଶ ଭବନ ନାମକ ଏକ ଧର୍ମଶାଳାର ଗୋଟିଏ କୋଠରୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗୁରୁବାର ଦିନ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହି କୋଠରୀରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି ପୋଲିସ । ମୃତକମାନେ ଗୋଟିଏ ପରିବାରର ଓ ଆନ୍ଧ୍ରପ୍ରଦେଶର ବାସିନ୍ଦା ଅଟନ୍ତି । ସେମାନେ ସମସ୍ତେ ଆନ୍ଧ୍ରପ୍ରଦେଶରୁ କାଶୀ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଆସିଥିବା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୁଇସାଇଡାଲ ନୋଟ ଅନୁଯାୟୀ, ଏହି ପରିବାର ଆନ୍ଧ୍ରପ୍ରଦେଶରେ ୩ ଜଣଙ୍କୁ ଠାରୁ ପାଖାପାଖି ୧୨ ଲକ୍ଷ ଟଙ୍କା ଧାର ନେଇଥିଲେ । ସୁଧମୂଳ ସହ ସୁଝିବାକୁ ଋଣଦାତା ସେମାନଙ୍କୁ କହିଥିଲେ । ଏଥିସହ ଋଣ ନସୁଝିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଯାହାକୁ ନେଇ ପୁରା ପରିବାର ଚିନ୍ତାରେ ରହିଥିଲେ । ଅନ୍ୟପଟେ ଧର୍ମଶାଳାର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁନ୍ଦର ଶାସ୍ତ୍ରୀଙ୍କ କହିବାନୁଯାୟୀ, ମୃତକମାନେ ଆନ୍ଧ୍ରପ୍ରଦେଶର ୫୦ ବର୍ଷୀୟ କୋଣ୍ଡା ବାବୁ, ତାଙ୍କ ୪୫ ବର୍ଷିୟା ପତ୍ନୀ ଲାବଣ୍ୟା, ୨୫ ବର୍ଷୀୟ ବଡ ପୁଅ ରାଜେଶ ଓ ୨୩ ବର୍ଷୀୟ ଜୟରାଜ । ପୋଲିସ ସୂଚନା ଅନୁଯାୟୀ, ଆତ୍ମହତ୍ୟା ପାଇଁ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀ ଧର୍ମଶାଳାର ପାଖ ଦୋକାନରୁ ହିଁ କିଣାଯାଇଥିଲା । ଏହି ପରିବାର ଜୀବନ ଦେବା ଉଦ୍ଦେଶ୍ୟରେ ହିଁ କାଶୀ ଆସିଥିବା ନେଇ ଜଣାପଡିଛି । ଏବେ ପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ, ପ୍ରଥମେ ମା’, ବାପା ଓ ସାନ ପୁଅ ଏକସାଥିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏହାପରେ ବଡପୁଅ ଜୀବନ ହାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking