27.1 C
Bhubaneswar
Saturday, July 27, 2024
Homeଅପରାଧପ୍ରତିଶୋଧ ନିଆଁରେ ଜଳି ଅଭିଯୁକ୍ତର ଉନ୍ମତ୍ତକାଣ୍ଡ; ନାବାଳିକା ଉପରେ ଏସିଡ୍ ଢାଳିଲା ନିଜେ ପିଇଲା

ପ୍ରତିଶୋଧ ନିଆଁରେ ଜଳି ଅଭିଯୁକ୍ତର ଉନ୍ମତ୍ତକାଣ୍ଡ; ନାବାଳିକା ଉପରେ ଏସିଡ୍ ଢାଳିଲା ନିଜେ ପିଇଲା

ନୂଆଦିଲ୍ଲୀ: ପୁଣି ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ । ଜାମିନ ପାଇ ଜେଲରୁ ବାହାରି ଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କ ଉନ୍ମତ୍ତକାଣ୍ଡ । ପ୍ରତିଶୋଧ ପରାୟଣ ହୋଇ ଅଭିଯୋଗକାରିଣୀଙ୍କ ଝିଅଙ୍କ ଉପରେ ଏସିଡ୍ ମାଡ କରିବା ପରେ ନିଜେ ଏସିଡ୍ ପିଇ ଜୀବନ ହାରିଲା ଅଭିଯୁକ୍ତ । ଗତକାଲି(ଗୁରୁବାର) ଆନନ୍ଦ ପର୍ବତ ଥାନା ଅଞ୍ଚଳରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ଅଭିଯୁକ୍ତ । ଅନ୍ୟପଟେ ୧୭ ବର୍ଷୀୟ ଏସିଡ ପୀଡିତା ଚିକିତ୍ସା ପରେ ଘରକୁ ଡିସଚାର୍ଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି କାଣ୍ଡ ଭିଆଇଥିବା ମୃତ ଯୁବକଙ୍କ ନାମ ପ୍ରେମ ସିଂ(୫୪ ବର୍ଷ) ହୋଇଥିବା ବେଳେ ଗତ କିଛି ଦିନ ପୂର୍ବରୁ ହିଁ ସେ ବେଲରେ ତିହାର ଜେଲରୁ ବାହାରକୁ ଆସିଥିଲେ । ଏକ ଦୁଷ୍କର୍ମ ମାମଲାରେ ଗତ କିଛି ଦିନ ହେବ ଜେଲରେ ରହିଥିବା ବେଳେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗତ ୨୯ ତାରିଖରେ ହିଁ ଜେଲରୁ ବେଲରେ ଆସିଥିବା ନେଇ ପୋଲିସ କହିଛି ।

ଗୁରୁବାର ପ୍ରେମ ସିଂ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଅଭିଯୋଗକାରିଣୀ ମନା କରିବାରୁ ରାଗରେ ଜର୍ଜରିତ ହୋଇ ୧୭ ବର୍ଷୀୟ ନାବାଳିକାଙ୍କ ଉପରେ ଅର୍ଥାତ ଅଭିଯୋଗକାରିଣୀଙ୍କ ଝିଅଙ୍କ ଉପରେ ଏସିଡ୍ ମାଡ କରିଥିଲା । ଏହାପରେ ନିଜେ ମଧ୍ୟ ଉକ୍ତ ସ୍ଥାନରେ ଅଭିଯୁକ୍ତ ଏସିଡ ପିଇ ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ରାମ ମନୋହର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୂଚନା ଅନୁସାରେ, ଗତକାଲି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଆନନ୍ଦ ପର୍ବତ ଥାନା ଅଞ୍ଚଳରେ ଏସିଡ୍ ଆଟାକ ହୋଇଥିବା ନେଇ ପିସିଆରକୁ ଫୋନ ଆସିଥିଲା । ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେତେବେଳେ ଦୁଇଜଣଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ପ୍ରେମ ସିଂଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ବର୍ଷୀୟ ନାବାଳିକା ଚିକିତ୍ସା ପରେ ଘରକୁ ଚିସଚାର୍ଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking