ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ନୂତନ ଭାବେ ନିଯୁକ୍ତି ପାଇଥିବା ଓଡ଼ିଶା ପ୍ରଭାରୀ ତଥା ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ଶ୍ରୀ ଚୁନୁ ସିଂଙ୍କୁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବୈଠକରେ ରାଜ୍ୟ ଛାତ୍ର କଂଗ୍ରେସର କର୍ମକର୍ତାମାନେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯୋଗୁଁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ଛାତ୍ର କଂଗ୍ରେସ ପ୍ରଭାରୀ ଏହି ବୈଠକରେ ଛାତ୍ର କଂଗ୍ରେସର ଚଳିତ ବର୍ଷ ନିର୍ବାଚନରେ ଭୂମିକା ଉପରେ ଆଲୋଚନା କରିଥିଲେ । ସେ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ଏହି ନିର୍ବାଚନ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଅଟେ ।
ଦୀର୍ଘ ୨୫ ବର୍ଷର ନବୀନ ସରକାର ଏବଂ ୧୦ ବର୍ଷର ମୋଦୀ ସରକାରରେ ଓଡ଼ିଶାବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି । ଶିକ୍ଷା କ୍ଷେତ୍ରରେ ଏବଂ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଏହି ସରକାର ସମୟରେ ବହୁ ଅବହେଳିତ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ ତାଙ୍କ ବକ୍ତବ୍ୟରେ କହିଥିଲେ ଛାତ୍ର ହିଁ ଆଣିବେ ପରିବର୍ତନ । ଏହି ନାରାଦେଇ ଓଡ଼ିଶା ପ୍ରତ୍ୟେକଟି କୋଣ ଅନୁକୋଣରେ ଛାତ୍ର କଂଗ୍ରେସ କର୍ମୀମାନେ ଲୋକ ମାନଙ୍କ ପାଖରେ ପହଂଚି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ଆଲୋକପାତ କରିବେ ଏବଂ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଜନସାଧାରଣଙ୍କ ମନରେ ଆସ୍ଥାଭାଜନ କରିବେ । ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ରଞ୍ଜିତ ସେନାପତି, ଶାନ୍ତିଲତା ବେହେରା, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରିତମ ଦାସ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦିକା ଭାଗ୍ୟଶ୍ରୀ ମହାନ୍ତି, ଲିପିକା ପାତ୍ର,ଲକ୍ଷ୍ମିପ୍ରିୟା ନାୟକ, ଉଦିତ ପ୍ରଧାନ, ବିଶ୍ୱଭୂଷଣ ମହାପାତ୍ର, ବାସୁଦେବ ସାହୁ, ମହମ୍ମଦ ସମିଉଲ, ସେକ ନିଆଜୁଲ ଇସଲାମ, ମୁନା ପରିଡ଼ା, ରାଜଦୀପ ବେହେରା, ସୁନିଲ କୁମାର ସାହୁଙ୍କ ଓଡ଼ିଶା ଛାତ୍ର କଂଗ୍ରେସ କମିଟିର ଜିଲ୍ଲା ସଭାପତିମାନେ ଯୋଗଦେଇଥିଲେ ।