29.1 C
Bhubaneswar
Saturday, July 27, 2024
Homeଓଡିଶାପ୍ରଦେଶ ମହିଳା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ପ୍ରଦେଶ ମହିଳା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପ୍ରଦେଶ ମହିଳା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହାତ୍ମଗାନ୍ଧୀଙ୍କ ଫଟୋ ଚିତ୍ର ତଳେ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହି ବୈଠକରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ମୋଦି ଓ ନବୀନ ସରକାରରେ ମହିଳାମାନେ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହେଉଛନ୍ତି । ନବୀନ ସରକାର ଦୀର୍ଘ ୨୪ ବର୍ଷରେ ଏବଂ ମୋଦି ସରକାର ଦୀର୍ଘ ୧୦ ବର୍ଷରେ ମହିଳାମାନଙ୍କର ସୁରକ୍ଷା, ଅଧିକାର, ନିଯୁକ୍ତି ବା କର୍ମସଂସ୍ଥାନ ଉପରେ ଗୁରୁତ୍ୱ ଦେଇନାହାନ୍ତି ।

ଦେଶ ଓ ରାଜ୍ୟରେ ମହିଳା ଅସୁରକ୍ଷିତ । ଅଧିକାଂଶ ଦୁଷ୍କର୍ମ ଘଟଣାରେ ଶାସକ ଦଳର ବିଧାୟକ,ମନ୍ତ୍ରୀ ଓ ନେତା ସଂପୃକ୍ତ ଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜିର ଦିନରେ ଇତିଶ୍ରୀ, ବେବିନା, ମାଧବୀଲତା, ସ୍ମିତାରାଣୀ, କୁନ୍ଦୁଲି ପୀଡ଼ିତା, ମମିତା ମେହେରରଙ୍କ ପରିବାରକୁ ନବୀନ ସରକାର ନ୍ୟାୟ ଦେଇପାରିଲେ ନାହିଁ । କାରଣ ଏ ସମସ୍ତ ଘଟଣାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଶାସକ ଦଳର ନେତାମାନେ ସଂପୃକ୍ତ ଅଛନ୍ତି । ମହିଳା କଂଗ୍ରେସର କର୍ମକର୍ତା ଓ ଜିଲ୍ଲା ସଭାପତିମାନଙ୍କୁ ଶ୍ରୀ ପଟ୍ଟନାୟକ କହିଲେ ଯେ ଅଧିକରୁ ଅଧିକ ସଂଖ୍ୟକ ମହିଳା କିପରି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବେ ସେଥିପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ । କଂଗ୍ରେସ କ୍ଷମତାକୁ ଆସିଲେ ମହିଳାମାନଙ୍କ ପାଇଁ ଯେଉଁ ଗ୍ୟାରେଂଟି ଘୋଷଣା କରାଯାଇଛି ତାହାକୁ ନିଶ୍ଚିତ ପୁରଣ କରାଯିବ ।

ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତି କହିଲେ ଯେ ଦୀର୍ଘ ୨୫ ବର୍ଷ ଧରି ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଭେଦ୍ୟ ଅଂଚଳରେ କାର୍ଯ୍ୟ କରୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ, ଦଳିତ ଓ ସମାଜର ଅନଗ୍ରସ ବର୍ଗର ମହିଳାମାନେ ଅତି ଦୈନ୍ୟତାରେକାଳ କାଟୁଛନ୍ତି । ନବୀନ ସରକାରଙ୍କ ୨୫ ବର୍ଷରେ ପ୍ରଶାସନ ସେଠାରେ ପହଂଚିପାରିନାହିଁ । ନବୀନ ଓ ମୋଦୀ ଶାସନରେ ମହିଳାମାନେ ଅଧିକ ଉପେକ୍ଷିତ ଥିବାରୁ ୨୪ ନିର୍ବାଚନରେ କଂଗ୍ରେସ ମହିଳାଙ୍କ ଭୋଟ ଅଧିକ ପ୍ରାପ୍ତ ହେବ ବୋଲି ଶ୍ରୀମତୀ ବାହିନିପତି ଆଶା ପୋଷଣ କରିଛନ୍ତି । ବିଶେଷ କରି ରାହୁଲ ଗାନ୍ଧୀଙ୍କର ନାରୀ ନ୍ୟାୟ ଏବଂ ସରକାରକୁ ଆସିଲେ କଂଗ୍ରେସ ମହିଳାମାନଙ୍କ ବିକାଶ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ନିଶ୍ଚିତ ପୁରଣ ହେବ ବୋଲି କହିଥିଲେ । ନାରୀମାନେ ସମାଜର ମୁଖ୍ୟସ୍ରୋତରେ କିପରି ଅଧିକରୁ ଅଧିକ ସାମିଲ ହେବେ ସେ କ୍ଷେତ୍ରରେ କଂଗ୍ରେସ ସଦାବେଳେ ପ୍ରଚେଷ୍ଟା କରିଥାଏ ଏବଂ ପଦକ୍ଷେପ ମଧ୍ୟ ଗ୍ରହଣ କରିରହିଥାଏ ।

କଂଗ୍ରେସ ଅଧ୍ୟକ୍ଷ ଶ୍ରୀମାଲିକାର୍ଜୁନ ଖର୍ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀମତୀ ସୋନିଆ ଗାନ୍ଧୀ ଦେଶରେ ମହିଳାମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଓ ବୈଷମ୍ୟତା ଦୂର ପାଇଁ ସର୍ବଦା ପ୍ରଚେଷ୍ଟା କରିଆସୁଛନ୍ତି । ବିଶେଷ କରି ଦରଦାମ ବୃଦ୍ଧି, ଉତ୍କଟ ବେକାରୀ, ଟିକସ ଆତଙ୍କ, ସରକାରୀ ଯୋଜନାର ଅର୍ଥ ହଡପ, ଚାଷୀ ଆତ୍ମହତ୍ୟା ଓ ରାଷ୍ଟ୍ରର ସମ୍ପତିକୁ ଶାଗମାଛ ଦରରେ ଶିଳ୍ପପତିଙ୍କୁ ବିକ୍ରି ପ୍ରସଙ୍ଗରେ ଭୋଟରମାନଙ୍କୁ ମହିଳା କଂଗ୍ରେସର କର୍ମକର୍ତାମାନେ ଜାଗ୍ରତ କରିବାକୁ ଶ୍ରୀମତୀ ବାହିନପତି ଆହ୍ୱାନ ଦେଇଥିଲେ । କଂଗ୍ରେସର ନିମ୍ନ ପ୍ରତିଶ୍ରୁତିକୁ ନେଇ ତୃଣମୂଳ ସ୍ତରରେ ପ୍ରଚାର କରିବାକୁ ଶ୍ରୀମତୀ ବାହିନପତି କହିଥିଲେ ।କଂଗ୍ରେସ ଦଳ ନାରୀର ଅଧିକାର ପ୍ରାପ୍ତି ପାଇଁ ପ୍ରତିଶ୍ରୁତି ବଦ୍ଧ । ସେଥିପାଇଁ ଜନନାୟକ ରାହୁଲ ଗାନ୍ଧୀ “ନାରୀ ନ୍ୟାୟ ଗ୍ୟାରେଂଟି” ଘୋଷଣା କରିଛନ୍ତି । ଏହି ଘୋଷଣା କଂଗ୍ରେସ ଦଳର ତଥା କଂଗ୍ରେସ ସଭାପତି ସମ୍ମାନନୀୟ ମଲିକାର୍ଜ୍ଜୁନ ଖାଡ଼ଗେଙ୍କର ନିର୍ଭର ପ୍ରତିଶ୍ରୁତି । ଏହି ଘୋଷଣାକୁ ପୁରପଲ୍ଲୀରେ ପହଂଚାଇବା ପାଇଁ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତର ଠାରୁ ବୁଥ ସ୍ତର ପର୍ଯ୍ୟନ୍ତ ମହିଳା କଂଗ୍ରେସରେ କାର୍ଯ୍ୟ କରୁଥିବା କର୍ମକର୍ତା ଓ କର୍ମୀମାନେ ନିଷ୍ଠାର ସହ କଂଗ୍ରେସର ଏହି ପ୍ରତିଶ୍ରୁତି ଘରେ ଘରେ ପହଂଚାଇବେ ।

– ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ମହାଲକ୍ଷ୍ମୀ ଯୋଜନାରେ ନିଜର କର୍ମସଂସ୍ଥାନ କରିବାପାଇଁ ବର୍ଷକୁ ୧ଲକ୍ଷ ଟଙ୍କା ଦିଆଯିବ ।
– କେନ୍ଦ୍ର ସରକାରଙ୍କର ନୂତନ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯିବ ।
– ପ୍ରତି ପଂଚାୟତରେ “ଅଧିକାର ମୈତ୍ରୀ”ଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନେକି ମହିଳାମାନଙ୍କୁ ନିଜର ନ୍ୟାୟ ସମ୍ମତ ଅଧିକାର ପ୍ରାପ୍ତି ପାଇଁ ସାହାଯ୍ୟ କରିବେ ।
– ଆଶା, ଅଙ୍ଗନୱାଡ଼ି ଏବଂ ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ମହିଳାଙ୍କର ବେତନ ଦ୍ୱୁିଗୁଣିତ କରିବାପାଇଁ କେନ୍ଦ୍ର ବଜେଟରେ ବ୍ୟବସ୍ଥା କରାଯିବ ।
– ସାବିତ୍ରୀ ବାଇ ଫୁଲେ ହଷ୍ଟେଲର ସଂଖ୍ୟାକୁ ଦ୍ୱୁିଗୁଣିତ କରାଯିବ । ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମହିଳା ହଷ୍ଟେଲ ଖୋଲାଯିବ ।
– ମହିଳାମାନଙ୍କୁ ୫ଶହ ଟଙ୍କାରେ ରନ୍ଧନଗ୍ୟାସ ସିଲିଣ୍ଡର
– ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼
– ମହିଳାଙ୍କୁ ମାସିକ ଭତା ୨୦୦୦ ଟଙ୍କା ଏବଂ ଆଦିବାସୀ ଓ ଦଳିତ ବର୍ଗର ମହିଳାଙ୍କୁ ମାସିକ ଭତା ୩୦୦୦ ଟଙ୍କା
– ସ୍ୱୟଂସହାୟକ ଗୋଷ୍ଠୀ ସଭ୍ୟାମାନଙ୍କୁ ବିଭିନ୍ନ କୌଶଳର ତାଲିମ
– ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୀ ପାଇଁ ପଦକ୍ଷେପ ।
– ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧହାରରେ ଋଣ ଯୋଗାଣ ।
– ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ ଆୟଥିବା ବ୍ୟକ୍ତିଙ୍କ ଝିଅ ବିଭାଘର ପାଇଁ ୨ଲକ୍ଷ ଟଙ୍କା ସାହାଯ୍ୟ ।

ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ୍‌, ପ୍ରଣତୀ ମିଶ୍ର, ପ୍ରତିମା ମଲ୍ଲିକ, ଦେବସ୍ମିତା ସାମଲ, ଜ୍ୟୋତ୍ରୀମୟୀ ବାଗ, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ, ଜବାମଣି ଟୁଡୁ, ସିଲି ସେଠୀ, ମୋନାଲିସା ଦାସ, ବାସନ୍ତୀ ସାମଲ, ସ୍ନେହଲତାରାୟ ଚୌଧୁରୀ, ଗୌରୀ ଦାସ, ମଞ୍ଜୁଲତା ମିଶ୍ର, ସୁନୀତା ନାୟକ, ସୁନୀତା ବାଗ, ସ୍ୱାଗତିକା ପଟ୍ଟନାୟକ, ମୀତାରାଣୀ ମଲ୍ଲିକ, କଳ୍ପନା ପଣ୍ଡା, ଗୀତାଞ୍ଜଳୀ ମହାନ୍ତି, ଆରତି ଦେଓ, ନୀଳିମା ପ୍ରିୟଦର୍ଶନୀ ସୋରେନ୍‌, ମର୍ଜୀନା ପ୍ରଧାନ, ସରୋଜୀନ ବାଙ୍ର୍କା, କଳ୍ପନା ସେନ୍‌, ଝୁନା ପଟ୍ଟନାୟକ, ସ୍ମିତାରାଣୀ ସାମଲ, ଅମ୍ରୀତା ଦାସ, ପ୍ରବୀଣା ଦଣ୍ଡପାଟ, ପ୍ରିୟମ୍ବଦା ପାଣି,ବିଜୟଲକ୍ଷ୍ମୀ ବେହେରା, ମଞ୍ଜୁଶ୍ରୀ କଳ୍ପନା ରାଉତରାରାୟ, ରଞ୍ଜିତା ଜୋଷୀ, ସୁବାସିନୀ ମହାକୁଡ଼, ପ୍ରମୀଳା ସାହୁ, ରଞ୍ଜିତା ଜୋଷୀ, ସୁଭଦ୍ରା ମିଶ୍ର, କନକଲତା ମଲ୍ଲିକ, କଳ୍ପନା ପଣ୍ଡା, ଆରତି ସ୍ୱାଇଁ, ଉର୍ବଶ୍ରୀ ମିଶ୍ର ଓ ବିନ୍ଧ୍ୟାବିନୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking