29.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶମରାମତି ହୋଇପାରୁନି ଇଞ୍ଜିନ; ଇଣ୍ଡିଗୋ ଓ ଗୋ-ଫାଷ୍ଟ୍‌ର ୫୦ ବିମାନ ଅକାମୀ

ମରାମତି ହୋଇପାରୁନି ଇଞ୍ଜିନ; ଇଣ୍ଡିଗୋ ଓ ଗୋ-ଫାଷ୍ଟ୍‌ର ୫୦ ବିମାନ ଅକାମୀ

ମୁମ୍ବାଇ: ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ଇଣ୍ଡିଗୋ ଏବଂ ଗୋ-ଫାଷ୍ଟ ଏୟାରଲାଇନ୍ସର ପ୍ରାୟ ୫୦ଟି ବିମାନ ଅକାମୀ ହୋଇ ପଡିଛି । ଏହି ସବୁ ବିମାନରେ ପ୍ରାଟ୍‌୍ ଆଣ୍ଡ୍ ହ୍ୱିଟ୍‌ନି କମ୍ପାନୀର ଇଞ୍ଜିନ ଖଞ୍ଜାଯାଇଛି । ଏହି ପରିପ୍ରେକ୍ଷୀରେ ଅନ୍ୟ ଏୟାରଲାଇନ୍ସରୁ ଲିଜ୍‌ରେ ବିମାନ ଆଣି ସେବା ଯୋଗାଇବାକୁ ଏହି ଦୁଇଟି ଏୟାରଲାଇନ୍ସ ବର୍ତ୍ତମାନ ଯୋଜନା କରୁଥିବା ଜଣାପଡିଛି । ପ୍ରାଟ୍ ଆଣ୍ଡ୍ ହ୍ୱିଟ୍‌ନୀ ହେଉଛି ଆମେରିକାର ଏକ ଏରୋସ୍ପେସ୍ କମ୍ପାନୀ ଯାହା ବିମାନ ଇଞ୍ଜିନ ନିର୍ମାଣ କରିଥାଏ । ତେବେ ୨୦୨୨ ଫେବୃଆରୀରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଲାଗିବା ପରଠାରୁ ସପ୍ଲାଏ ଚେନ୍ ସମସ୍ୟା ଯୋଗୁଁ ଏହି ଇଞ୍ଜିନ ମରାମତି ହୋଇପାରୁନାହିଁ । ଇଞ୍ଜିନଗୁଡିକୁ ତୁରନ୍ତ ମରାମତି କରିବାକୁ କିଛିମାସ ପୂର୍ବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜନୈକ ବରିଷ୍ଠ ଅଧିକାରୀ ପ୍ରାଟ୍ ଆଣ୍ଡ୍ ହ୍ୱିଟ୍‌ନି କମ୍ପାନୀ ସହ ଆଲୋଚନା କରିଥିଲେ । ତେବେ କମ୍ପାନୀ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking