କେନ୍ଦୁଝର: ଆଜି ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଶିରିପୁର ନିକଟରେ ଘଟିଛି ଅଘଟଣ । ପୌରପାଳିକାର ଇଲକ୍ଟ୍ରି ଲାଇଟ ସଜାଡୁ ଥିବା ବେଳେ ୧୧କେଭି କରେଣ୍ଟ ଲାଗି କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଳାସପଙ୍ଗା ନିକଟସ୍ଥ ବାଙ୍କମାରୁଣୀ ଗ୍ରାମର ବିନୋଦ ମହାନ୍ତ ବୋଲି ଜଣା ପଡ଼ିଛି । ମୃତ ବିନୋଦ ପୌରପାଳିକା ର କଣ୍ଟ୍ରାକ୍ଟର ଅଧୀନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କରେଣ୍ଟ ଲାଗିବା ପରେ ବିନୋଦ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।