26.1 C
Bhubaneswar
Tuesday, September 17, 2024
Homeଅପରାଧସାନଭାଇକୁ ଲୁହା ରଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ

ସାନଭାଇକୁ ଲୁହା ରଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ

ମୁମ୍ବାଇ: ତୁ ମଟନ ଖାଇଲୁ ବୋଲି ଇଣ୍ଡିଆ ବିଶ୍ୱକପ୍ ମ୍ୟାଚ ହାରିଲା । ଏତିକି କହି ସାନଭାଇକୁ ଲୁହା ରଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ । କଥାଟା ଶୁଣିବାକୁ ବିଶ୍ୱାସ ହେଉନଥିଲେ ମଧ୍ୟ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ଇଣ୍ଡିଆ ମ୍ୟାଚ୍ ହାରିବାରୁ ରାଗରେ ଜଣେ ଯୁବକ ନିଜ ସାନଭାଇକୁ ହତ୍ୟା କରିଛି । ମୃତକ ହେଲେ ୨୮ ବର୍ଷୀୟ ଅଙ୍କିତ ଇଙ୍ଗୋଲେ । ପୋଲିସ ଅଭିଯୁକ୍ତ ବଡଭାଇ ପ୍ରବୀଣ ଇଙ୍ଗୋଲେକୁ ଗିରଫ କରିନେଇଛି ।

ସୂଚନା ଅନୁସାରେ, ରମେଶ ଇଙ୍ଗୋଲେ ନିଜର ବଡପୁଅ ପ୍ରବୀଣ ଓ ସାନପୁଅ ଅଙ୍କିତ ସହ ବଡମେରା ଥାନା ଅନ୍ତର୍ଗତ ଅଞ୍ଜନଗାଁ ବାରୀରେ ରହୁଥିଲେ । ରବିବାର ବିଶ୍ୱକପ୍ ଫାଇନାଲ ମ୍ୟାଚ ଦିନ ଅଙ୍କିତ ନିଜ ବାପା ସହ ପାଖରେ ରହୁଥିବା ଦାଦାଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହେଁ ମଟନ ଖାଇଥିଲେ । ଖାଇପିଇ ପୂର୍ବାହ୍ନ ୨ଟା ବେଳକୁ ନିଜ ଘରକୁ ଫେରିଥିଲେ ଏବଂ ବଡଭାଇ ପ୍ରବୀଣ ପାଇଁ ବି ସାଙ୍ଗରେ ମଟନ ଆଣି ଆସିଥିଲେ । ସେହି ସମୟରେ ପ୍ରବୀଣ ନିଶାରେ ଚୁର୍ ହୋଇ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଦେଖୁଥିଲା । ସନ୍ଧ୍ୟାରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରଠୁ ନିଶାସକ୍ତ ପ୍ରବୀଣ ନିଜ ବାପା ଓ ଭାଇକୁ ଗାଳିଗୁଲଜ କରିବାରେ ଲାଗିଥିଲା ।

ରାତି ୯ଟାରେ ଯେତେବେଳେ ଭାରତ ମ୍ୟାଚ୍ ହାରିଗଲା ସେତେବେଳେ ପ୍ରବୀଣ ମୁଣ୍ଡକୁ ପିତ ଚହଟି ଯାଇଥିଲା । ତମେମାନେ ମଟନ ଖାଇବାରୁ ଭାରତ ହାରିଗଲା ବୋଲି କହି ସେ ବାପା ଓ ସାନଭାଇକୁ ଆହୁରି ଅସଭ୍ୟ ଭାଷାରେ ଗାଳିଗୁଲଜ କଲା । ଏହି ସମୟରେ ରମେଶ ତା’ ଉପରକୁ ମୋବାଇଲ ଫୋନ ଫିଙ୍ଗି ଦେଇଥିଲେ । ଏଥିରେ ରାଗିଯାଇ ପ୍ରବୀଣ ଲୁହା ରଡରେ ନିଜ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଅଙ୍କିତ ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କୁ ମଧ୍ୟ ଲୁହା ରଡ୍ରେ ପିଟିଥିଲା । ପ୍ରବୀଣ ଅଙ୍କିତଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲା । ଜୀବନ ବଞ୍ଚାଇବାକୁ ଯୁବକ ଦୌଡ଼ିବାକୁ ଚେଷ୍ଟା କରିବା ବେଳେ ସେହିଠାରେ ହିଁ ଟଳି ପଡିଥିଲେ । ସେପଟେ ବାପା ରମେଶ ଘରୁ ଦୌଡି ପଳାଇଯାଇ ପଡ଼ୋଶୀଙ୍କୁ ସବୁକଥା ଜଣାଇଥିଲେ । ଲୋକମାନେ ରମେଶଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ ଅଙ୍କିତ ଉପରେ କାହାର ନଜର ଯାଇନଥିଲା । ସକାଳୁ ଦେଖିବାରୁ ଘରେ ତାଙ୍କର ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking