29.1 C
Bhubaneswar
Wednesday, May 1, 2024
Homeଓଡିଶାଟ୍ରକ୍ ଚୋରି ଅଭିଯୋଗରେ ଡ୍ରାଇଭର ଗିରଫ

ଟ୍ରକ୍ ଚୋରି ଅଭିଯୋଗରେ ଡ୍ରାଇଭର ଗିରଫ

ଭୁବନେଶ୍ୱର: ଟ୍ରକ୍ ଚୋରି କରି ନେଇଥିବା ଅଭିଯୋଗରେ ଡ୍ରାଇଭରକୁ ଗିରଫ କରିଛି ବାଲିଅନ୍ତା ଥାନା ପୁଲିସ ।ଗିରଫ ଜଣକ ହେଲେ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ମଲ୍ଲିକ ସାହିର ପ୍ରମୋଦ କୁମାର ମଲ୍ଲିକ(୩୪) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ରଞ୍ଜନ କୁମାର ମହାପାତ୍ରଙ୍କ ତିନୋଟି ଟ୍ରକ ରହିଛି । ସେହି ଟ୍ରକକୁ ସେ ଭିନ୍ନ ଭିନ୍ନ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ନିଜର ଏକ ଟ୍ରକ ଚଳାଇବା ଲାଗି ଗତ କିଛି ମାସ ପୂର୍ବରୁ ଅଭିଯୁକ୍ତ ପ୍ରମୋଦ କୁମାର ମଲ୍ଲିକଙ୍କୁ ସେ ଡ୍ରାଇଭର ଭାବେ ନିଯୁକ୍ତି ଦେଇଥିଲେ । ଗତ ୧୨ ତାରିଖ ବିଳମ୍ବିତ ରାତିରେ ଶିଶିଲୋ ଛକ ଅନ୍ତର୍ଗତ ଅଭିଯୋଗକାରୀଙ୍କ ଭଡାଘର ସମୁଖରେ ପାର୍କିଂ ହୋଇଥିବା ଟ୍ରକ ଗୁଡିକ ମଧ୍ୟରୁ ଗୋଟିଏ ଟ୍ରକ ଚୋରୀ ହୋଇଯାଇଥିଲା । ପ୍ରଥମେ ପ୍ରଥମେ ଅଭିଯୁକ୍ତ ପ୍ରମୋଦ ଉକ୍ତ ଟ୍ରକକୁ କୌଣସି ଭଡାରେ ନେଇଥିବା ଭାବିଥିଲେ । ହେଲେ ୨/୩ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ସହ କୌଣସି ଯୋଗାଯୋଗ କରିନଥିଲେ କି ତାଙ୍କ ଫୋନ କଲକୁ ମଧ୍ୟ ଉଠାଇ ନଥିଲେ । ଫଳରେ ଅଭିଯୁକ୍ତ ଡ୍ରାଇଭର ଟ୍ରକଟିକୁ ଚୋରୀ କରିଥିବା ସନ୍ଦେହ କରି ଅଭିଯୋଗକାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଚୋରୀ ମାମଲାର ତଦନ୍ତ କରି ଅଭିଯୁକ୍ତ ଡ୍ରାଇଭର ପ୍ରମୋଦ କୁମାର ମଲ୍ଲିକଙ୍କୁ ରସୁଲଗଡ଼ ଅଞ୍ଚଳରୁ ଗିରଫ କରିଥିବା ବେଳେ, ଅଭିଯୋଗକାରୀଙ୍କ ଚୋରିଯାଇଥିବା ଟ୍ରକକୁ ତାଙ୍କ ହେପାଜତରୁ ଉଦ୍ଧାର କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking