37.1 C
Bhubaneswar
Saturday, May 18, 2024
Homeଅପରାଧଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌କୁ ନେଇ ଡ୍ରାଇଭର ଛୁ

ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌କୁ ନେଇ ଡ୍ରାଇଭର ଛୁ

ନୂଆପଡ଼ା : ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌କୁ ନେଇ ଡ୍ରାଇଭର ଫେରାର ମାରିଛି । ସିକ୍ୟୁରିଟି ଗାର୍ଡ ଓ ୨ ବ୍ୟାଙ୍କ୍ କର୍ମଚାରୀଙ୍କୁ ନ ନେଇ ଡ୍ରାଇଭର ଚମ୍ପଟ ହେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ନୂଆପଡା ଜିଲ୍ଲା ଭରୁଆକାନୀ ଜଙ୍ଗଲରୁ ଉକ୍ତ ଗାଡିଟିକୁ ପରିତ୍ୟକ୍ତ ଅବସ୍ଥାରେ ଠାବ କରାଯାଇଛି । ଗାଡିରେ କୌଣସି ଟଙ୍କା ନଥିବା ପୋଲିସ୍ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଗାଡ଼ିଟି ଖଡିଆଳ ଏସ୍‌ବିଆଇ ମୁଖ୍ୟ ଶାଖାରୁ ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ବାହାରିଥିଲା ।

କିନ୍ତୁ ଉକ୍ତ ଗାଡିର ଡ୍ରାଇଭର ସିକ୍ୟୁରିଟି ଗାର୍ଡ ଓ ୨ ବ୍ୟାଙ୍କ୍ କର୍ମଚାରୀଙ୍କୁ ନ ନେଇ ଚାଲିଯାଇଥିଲା । ଗାଡିଟି ଜଙ୍ଗଲରୁ ଠାବ ହେବା ପରେ ସେଥିରେ ଥିବା ଟଙ୍କା ନଥିବା ପୋଲିସ କହିଛି । ତେବେ ବ୍ୟାଙ୍କ ଟଙ୍କା ଲୁଟ୍ ହେବା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଭୁବନେଶ୍ୱରର ଲିଙ୍ଗିପୁରରେ ଲୁଟେରାମାନେ ଏସ୍‌ବିଆଇ ଏଟିଏମ୍ ତାଡି ୨୦ରୁ ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଲୁଟେରାମାନେ ଲୁଟ୍ ପୂର୍ବରୁ ଇଲେକ୍ଟ୍ରିକ୍ କନେକସନ କାଟି ଦେଇଥିଲେ । ଏହାପରେ ଏଟିଏମ୍ ମେସିନ କାଟି ଟଙ୍କା ନେଇ ପଳାଇଥିଲେ । ଏଟିଏମ୍‌ର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ୍ ହୋଇଥିବାରୁ ଏକାଧିକ ଲୁଟେରାଙ୍କ ହାତ ଥିବା ପୋଲିସ ସନ୍ଦେହ କରିଥିଲା । ଏଭଳି ଏଡିଏମ୍ ଟଙ୍କା ଲୁଟ୍ ଲାଗି ରହିଥିଲେ ବି ଏଥିରେ ରୋକ୍ ଦିଆଯାଇ ପାରୁନି । ଏନେଇ ସାଧାରଣରେ ଏହାକୁ ନେଇ ଅନେକ ଶଙ୍କା ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking