30.1 C
Bhubaneswar
Saturday, May 4, 2024
Homeଓଡିଶାମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରଖିଲେ ୭୨% ମାର୍କ

ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରଖିଲେ ୭୨% ମାର୍କ

ଫୁଲବାଣୀ:ବିଧାୟକ ପାଇଲେ ମାଟ୍ରିକ୍ ପରୀକ୍ଷାରେ ଫାଷ୍ଟକ୍ଲାସ୍ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ମାଟ୍ରିକ୍ ପରୀକ୍ଷାରେ ବିଧାୟକ ବି-୧ ଗ୍ରେଡ୍ ପାଇଥିôବା ସୂଚନା ମିଳିଛି । ୮୫ ବର୍ଷ ବୟସ୍କ ବିଧାୟକ ୭୨ ପ୍ରତିଶତ ମାର୍କ ପାଇଥିବା ସୂଚନା ମିଳିଛି । ଆଜି ତାଙ୍କ ରିଜଲ୍ଟ ବାହାରିଲାପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ସେ ମୋଟ ୫୦୦ ମାର୍କ ପରୀକ୍ଷାରୁ ୩୬୪ ମାର୍କ ଆଣି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ବି-୧ ଗ୍ରେଡ ପାଇଛନ୍ତି । ଆଗକୁ ଆହୁରି ପାଠ ପଢା ଜାରି ରଖିବେ ବୋଲି କହିଛନ୍ତି । ଏଥିସହ ସେ ପରୀକ୍ଷା ଦେଇଥିବା ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ବାସା ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି । ପାସ୍ ହେବା ପରେ ବିଧାୟକ କହଁର ସାଙ୍ଗସାଥି, ଦଳୀୟ କର୍ମୀ, ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକ ବି ସମସ୍ତଙ୍କୁ ମିଠା ଖୁଆଇ ଖୁସି ମନାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking