36.1 C
Bhubaneswar
Tuesday, June 3, 2025
Homeଅପରାଧହାତ ବଦଳରେ ଭୁଲରେ ଜିଭରେ ସର୍ଜରୀ କରି ବହିଷ୍କାର ହେଲେ ଡାକ୍ତର

ହାତ ବଦଳରେ ଭୁଲରେ ଜିଭରେ ସର୍ଜରୀ କରି ବହିଷ୍କାର ହେଲେ ଡାକ୍ତର

କେରଳ : ହାତ ବଦଳରେ ଭୁଲରେ ଜିଭରେ ସର୍ଜରୀ କଲେ ଡାକ୍ତର । ତେବେ ଏହି ଘଟଣାରେ ଦାୟିତ୍ୱହୀନ କାରଣରୁ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ତେବେ ଏପରି ଏକ ଅସ୍ୱାଭାବିକ ଘଟଣା କେରଳର କୋଜିକୋଡ଼ ମେଡିକାଲ କଲେଜରେ ଘଟିଛି। ସୂଚନା ଅନୁଯାୟୀ, ଗୋଟିଏ ଝିଅର ହାତରେ ୬ଟି ଆଙ୍ଗୁଠି ଥିବାରୁ ସର୍ଜରୀ ପାଇଁ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମାତ୍ର ପିଲାଟି ଅପରେସନ ଥିଏଟରରୁ ବାହାରିବା ପରେ ପରିବାର ଲୋକେ ଦେଖିଲେ ତା’ ଜିଭ ବ୍ୟାଣ୍ଡେଜ ହୋଇଛି । ଏନେଇ ସେମାନେ ଡାକ୍ତରଙ୍କୁ ପଚାରିବାରୁ ନିଜ ଦୋଷ ସ୍ୱୀକାର କରିବା ପରିବର୍ତ୍ତେ ଡାକ୍ତର ଯୁକ୍ତିତର୍କ କରିବାକୁ ପଛାଇ ନ ଥିଲେ। ଏପରିକି ଝିଅଟିର ଜିଭରେ ସଂକ୍ରମଣ ହୋଇଥିବାରୁ ସେ ତାହାର ଅପରେସନ କରିଛନ୍ତି ବୋଲି କହିଥିଲେ। ମାତ୍ର ପରିବାର ଲୋକେ ଏହା ମାନିବାକୁ ପ୍ରସ୍ତୁତ ନ ଥିଲେ। ଝିଅର ଜିଭରେ କୌଣସି ସମସ୍ୟା ନ ଥିବା ସେମାନେ କହିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେବାରୁ ଉକ୍ତ ସମୟରେ ଓଟିରେ ଦୁଇଟି ଅପରେସନ ହୋଇଥିବା ଜଣାପଡ଼ିଥିଲା। ତେଣୁ ଅନ୍ୟ ରୋଗୀଙ୍କ ଜିଭରେ ସମସ୍ୟା ଥିବା ବେଳେ ସମ୍ପୃକ୍ତ ଝିଅଟିର ଜିଭରେ ଏହି ସର୍ଜରୀ କରାଯାଇଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରାଯାଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀର ସମ୍ପୃକ୍ତ ଡାକ୍ତରଙ୍କୁ ତୁରନ୍ତ ବହିଷ୍କାର କରିଛନ୍ତି। ଭବିଷ୍ୟତରେ ଯେପରି ଏପରି କୌଣସି ସାଂଘାତିକ ତ୍ରୁଟି ନ ହୁଏ ସେଥିପ୍ରତି ସଜାଗ ରହିବାକରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଏହି ମାମଲାରେ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟର ସ୍ୱାସ୍ଥ୍ୟ ସେବାର ମାନ ହ୍ରାସ ପାଇଥିବା ଅଭିଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking