27.1 C
Bhubaneswar
Sunday, September 8, 2024
Homeଅପରାଧସ୍ତ୍ରୀ ଓ ଛୁଆଙ୍କୁ ହାତୁଡିରେ ଛେଚି ହତ୍ୟା ପରେ ଜୀବନ ହାରିଲେ ଡାକ୍ତର

ସ୍ତ୍ରୀ ଓ ଛୁଆଙ୍କୁ ହାତୁଡିରେ ଛେଚି ହତ୍ୟା ପରେ ଜୀବନ ହାରିଲେ ଡାକ୍ତର

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଗୋଟିଏ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ଡାକ୍ତର ନିଜ ସ୍ତ୍ରୀ ଓ ୨ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି । ଡାକ୍ତର ଜଣକ ପ୍ରଥମେ ସ୍ତ୍ରୀ ଓ ପିଲାଙ୍କୁ ଇଞ୍ଜେକ୍ସନ ଦେଇ ବେହୋସ୍ କରିଦେଇଥିଲେ । ଏହାପରେ ହାତୁଡିରେ ଛେଚି ସମସ୍ତଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ପରେ ନିଜେ ମଧ୍ୟ ମୃତ୍ୟୁକୁ ଆପଣେଇ ନେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଡାକ୍ତର ଜଣକ କାହିଁକି ଏତେ ବଡ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ରାୟବରେଲି ଜିଲ୍ଲାର ଲାଲଗଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଥିବା ଟ୍ରେନ ବଗି କାରଖାନାରେ ଡିଏମଓ ଭାବେ ଅରୁଣ ସିଂହ କାର୍ଯ୍ୟରତ ଥିଲେ । ଅରୁଣ ଜଣେ ଚକ୍ଷୁ ବିଶେଷଜ୍ଞ ଥିଲେ । ସେ ନିଜ ପତ୍ନୀ ଅର୍ଚ୍ଚନା ସିଂହ, ଝିଅ ଆଦିବା ଓ ପୁଅ ଆରବ ସହ କାରଖାନା ପରିସରରେ ଏକ କ୍ୱାର୍ଟରରେ ରହୁଥିଲେ । ଗତ ରବିବାର ଦିନ ପଡୋଶୀମାନେ ତାଙ୍କ ପରିବାରକୁ ଶେଷ ଥର ପାଇଁ ଦେଖିଥିଲେ ।

ଅରୁଣଙ୍କ ଦେଖା ନମିଳିବାରୁ ତାଙ୍କର କିଛି ସହଯୋଗୀ ଖୋଜିବା ପାଇଁ ଘରେ ପହଞ୍ଚିଥିଲେ । ହେଲେ ତାଙ୍କର ଘର ଭିତର ପଟୁ ବନ୍ଦ ରହିଥିଲା । ଝରକା ପଟେ ଯାଇ ଦେଖିବାରୁ ଭିତରେ ଅର୍ଚ୍ଚନା ଓ ତାଙ୍କ ଦୁଇ ପୁଅ ଝିଅଙ୍କ ରକ୍ତାକ୍ତ ମୃତଦେହ ପଡିରହିଥିଲା । ଏ ସମ୍ପର୍କରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି କବାଟ ଭାଙ୍ଗି ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଡାକ୍ତର ଅରୁଣ ସିଂହ ସ୍ତ୍ରୀ ଓ ୨ ପିଲାଙ୍କୁ ହାତୁଡିରେ ଛେଚି ମାରିବା ପରେ ନିଜେ ଜୀବନ ହାରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଅରୁଣ ମାରିବା ପୂର୍ବରୁ ସମସ୍ତଙ୍କୁ ଇଞ୍ଜେକ୍ସନ ଦେଇ ବେହୋସ୍ କରିଦେଇଥିବା ମଧ୍ୟ ପୋଲିସ ଜଣାଇଛି । ତେବେ କାହିଁକି ସେ ଏଭଳି ଜଘନ୍ୟ କାଣ୍ଡ ଭିଆଇଲେ ସେ ବିଷୟରେ କିଛି ଜଣାପଡିନି । ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ମିଳିବା ପରେ ଅଧିକ ପ୍ରମାଣ ମିଳିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking