28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଉତ୍ତରାଖଣ୍ଡରେ ବରଫପାତ ସହ ପ୍ରବଳ ବର୍ଷା; ମାଇନସ ୮ ଡିଗ୍ରୀକୁ ଖସିଲା ତାପମାତ୍ରା

ଉତ୍ତରାଖଣ୍ଡରେ ବରଫପାତ ସହ ପ୍ରବଳ ବର୍ଷା; ମାଇନସ ୮ ଡିଗ୍ରୀକୁ ଖସିଲା ତାପମାତ୍ରା

ଡେରାଡୁନ: ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଆସିଛି ଅଦ୍ଭୁତପୂର୍ବ ପରିବର୍ତ୍ତନ । ହିମାଳୟ କ୍ଷେତ୍ରରେ ଆରମ୍ଭ ହୋଇଛି ବରଫପାତ ଏବଂ ତଳିଆ ଅଞ୍ଚଳରେ ହେଉଛି ମୂଷଳଧାର ବର୍ଷା । ସୋମବାରଠାରୁ କେଦାରନାଥ ଧାମରେ ବରଫପାତ ଜାରି ରହିଛି । ସେଠାରେ ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ବରଫ ଖସିଛି । ଏଥି ଯୋଗୁଁ କେଦାରନାଥ ଧାମରେ ଚାଲୁ ରହିଥିବା ଦ୍ୱିତୀୟ ଚରଣର ପୁନର୍ନିମାଣ କାମ ବନ୍ଦ ହୋଇଯାଇଛି । ସେଠାରେ ୫୦୦ତରୁ ଅଧିକ ଶ୍ରମିକ ପୁନର୍ନିମାଣ କାମ କରୁଛନ୍ତି । କେଦାରନାଥ ଧାମର ପୁନର୍ନିମାଣ ଦାୟିତ୍ୱରେ ଥିବା କମ୍ପାନୀର ମ୍ୟାନେଜର ମନୋଜ ସେମବାଲ କହିଛନ୍ତି ଯେ, ଲଗାତାର ବରଫପାତ ଯୋଗୁଁ ନିର୍ମାଣ କାମରେ ଅସୁବିଧା ହେଉଛି । ଏହା ଛଡ଼ା ରାତିରେ ତାପମାତ୍ରା ମାଇନସ ୮ ଡିଗ୍ରୀ ସେଲସିୟସ୍ ଯାଏଁ ଖସିଯାଉଛି । ଏଥିପାଇଁ କାମକୁ ରୋକିବାକୁ ପଡ଼ୁଛି ଏବଂ ସମସ୍ତ ଶ୍ରମିକମାନଙ୍କୁ ସୋନ ପ୍ରୟାଗକୁ ଫେରିବାକୁ ପଡୁଛି । ଏଥିସହ ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ଶୀତର ପରିମାଣ ବଢ଼ି ଯାଇଛି । ପାଣିପାଗରେ ସୁଧାର ଆସିବା ପରେ ଯାଇ ପୁନର୍ନିମାଣ କାମ ପୁଣି ଆରମ୍ଭ ହେବ ।

କେଦାରନାଥ ଧାମରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ ୮ ଡିଗ୍ରୀ ସେଲସିୟସ୍ ରହିଛି । ସେଠାରେ ଆଦ୍ରତା ୫୪ ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬ କିଲୋମିଟର ରହିଛି । ସେହିପରି ବଦ୍ରିନାଥ ଧାମରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ଥିଲା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ ୮ ଡିଗ୍ରୀ ସେଲସିୟସ୍ ରହିଛି ।ସେଠାରେ ଆର୍ଦ୍ରତା ୪୦ ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬ କିଲୋମିଟର ରହିଛି । ପାହାଡ଼ର ରାଣୀ ମସୌରୀରେ ସର୍ବୋଚ୍ଚ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ଥିଲା ବେଳେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ସେଲସିୟସ୍ ରହିଛି । ସେଠାରେ ଆର୍ଦ୍ରତା ୧୫ ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୩ କିଲୋମିଟର ରହିଛି । ସରୋବରର ନଗରୀ ନୈନିତାଲରେ ସର୍ବୋଚ୍ଚ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍ ଥିଲା ବେଳେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ରହିଛି । ସେଠାରେ ଆଦ୍ରତା ୫୪ ପ୍ରତିଶତ ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬ କିଲୋମିଟର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking