28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବୈବାହିକ ଜୀବନରେ ଅଯଥା ହସ୍ତକ୍ଷେପକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ....

ବୈବାହିକ ଜୀବନରେ ଅଯଥା ହସ୍ତକ୍ଷେପକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ….

ନୂଆଦିଲ୍ଲୀ: ବିବାହରେ ହସ୍ତକ୍ଷେପ କଲେ ମିଳିବ ଛାଡ଼ପତ୍ର । ଯଦି କୌଣସି ଦମ୍ପତ୍ତିଙ୍କର ବୈବାହିକ ଜୀବନରେ ପରିବାର ତରଫରୁ ମାତ୍ରାଧିକ ହସ୍ତକ୍ଷେପ କରାଯାଏ, ତେବେ ସ୍ୱାମୀ କିମ୍ବା ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ବୈବାହିକ ଜୀବନରେ ପତ୍ନୀଙ୍କ ମାତାପିତା କିମ୍ବା ପତିଙ୍କର ମାତାପିତା ମାତ୍ରାଧିକ ହସ୍ତକ୍ଷେପ କଲେ ତାହା ମାନସିକ ନିର୍ଯ୍ୟାତନାରେ ଗଣାଯିବ । ଏହି ହିସାବରେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଛାଡ଼ପତ୍ର ମିଳିପାରିବ । ଏକ ମାମଲାର ଶୁଣାଣି କରି ଜଷ୍ଟିସ ସୁରେଶ କୁମାର କୈଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବୈବାହିକ ଜୀବନରେ ପତ୍ନୀଙ୍କ ପିତାମାତା ଓ ପରିବାର ସଦସ୍ୟଙ୍କ ଅବାଞ୍ଛିତ ହସ୍ତକ୍ଷେପ ରହିଥିଲା । ଫଳରେ ଆରୋପୀ ସ୍ୱାମୀ ମାନସିକ ନିର୍ଯ୍ୟାତନା ଭୋଗୁଥିଲେ । ଏଣୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ପାରିବାରିକ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିଦେଇଥିଲେ ।

ଫଳରେ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟ ନିକଟରେ ଫେରାଦ ଦେଇଥିଲେ । ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ପ୍ରାୟ ୧୩ ବର୍ଷ ଧରି ଉଭୟ ପତିପତ୍ନୀ ଅଲଗା ଭାବେ ରହି ଆସୁଛନ୍ତି । ସେ ନିଜର ବୈବାହିକ ଜୀବନରେ ଖୁସି ନାହାଁନ୍ତି । ଅପରପକ୍ଷେ ପତ୍ନୀଙ୍କ ପିତାମାତାଙ୍କର ମାତ୍ରାଧିକ ହସ୍ତକ୍ଷେପ ତାଙ୍କୁ ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଦେଉଛି । ଏଣୁ ଦିଲ୍ଲୀ ହାଇକୋର୍ଟ ଏହି ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି । ଛାଡ଼ପତ୍ର ପ୍ରଦାନ କରିବା ବେଳେ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏକ ମୃତ ସମ୍ପର୍କକୁ ଜୀବନ୍ୟାସ ଦିଆ ଯାଇପାରିବ ନାହିଁ । ଅଯଥା ହସ୍ତକ୍ଷେପ, ଘରୋଇ ହିଂସା ସହ ସମାନ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, କୌଣସି ବିବାହିତ ସମ୍ପର୍କର ମୂଳଦୁଆ ହେଉଛି ଏକତ୍ର ରହିବା । ଏହା ବିନା ବିବାହର କୌଣସି ମାନେ ନାହିଁ । ଏପରି ସମ୍ପର୍କରୁ ବଞ୍ଚିତ ରହିବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking