27.2 C
Bhubaneswar
Saturday, May 17, 2025
Homeଦେଶ ବିଦେଶରୁଷ ରାଷ୍ଟ୍ରପତିଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ, ଗୀତ ମାଧ୍ୟମରେ ପୁଟିନଙ୍କୁ କରୁଥିଲେ ଟାର୍ଗେଟ

ରୁଷ ରାଷ୍ଟ୍ରପତିଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ, ଗୀତ ମାଧ୍ୟମରେ ପୁଟିନଙ୍କୁ କରୁଥିଲେ ଟାର୍ଗେଟ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ ହୋଇଛି । ନିଜର ଗୀତ ମାଧ୍ୟମରେ ଭ୍ଲାଦିମିର ପୁଟିନ୍‌ଙ୍କୁ ସମାଲୋଚନା କରୁଥବା ଜଣେ ରୁଷ ଗାୟକ ନଦୀ ପାର ହେଉଥିବା ସମୟରେ ବରଫରେ ପଡ଼ି ମୃତ୍ୟୁ ହୋଇଛି । ୩୫ ବର୍ଷୀୟ ଡିମା ନୋଭା ଯାହାଙ୍କ ପ୍ରକୃତ ନାମ ହେଉଛି ଦିମିତ୍ରୀ ସ୍ୱିରଗୁନୋଭ । ସେ ଲୋକପ୍ରୀୟ ଇଲେକ୍ଟ୍ରୋନି ଗ୍ରୁପ କ୍ରେମ ସୋଡାର ସଂସ୍ଥାପକ ରହିଥିଲେ । ରିପୋର୍ଟ ଅନୁସାରେ, ନୋଭା ରବିବାର ତାଙ୍କ ଭାଇ ଓ ତିନି ଜଣ ସାଙ୍ଗଙ୍କ ସହ ଫ୍ରୋଜେନ୍ ଭୋଲଗା ନଦୀ ପାର ହେଉଥିଲେ । ଏହି ସମୟରେ ନଦୀରେ ବରଫ ଜମିବାରୁ ସେମାନେ ବରଫ ଭିତରେ ପଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ନୋଭାଙ୍କର ଆମ୍ୱୁଲାନ୍ସ ଭିତରେ ମୃତ୍ୟୁ ହୋଇଥିଲା । ବିଶେଷ ଭାବେ ନୋଭା ତାଙ୍କ ଗୀତ ମାଧ୍ୟମରେ ଭ୍ଲାଦିମିର ପୁଟିନଙ୍କୁ ସମୋଲୋଚନା କରୁଥିଲେ । ଏବଂ ସେହି ଗୀତକୁ ରୁଷ ଯୁଦ୍ଧ ବିରୋଧୀ ପଦର୍ଶନ ସମୟରେ ବ୍ୟବହାର କରାଯାଇଥିଲା । ନୋଭା ଜଣେ ଖୁବ ଲୋକପ୍ରୀୟ ଗାୟକଥିଲେ । ସେ ସବୁବେଳେ ବିବାଦିତ ଗୀତ ଗାଉଥିଲେ । ତାଙ୍କର ଏକ ବିବାଦିତ ଗୀତ ‘ଏକ୍କା ଡିସ୍କୋ’ ଖୁବ୍ ଲୋକପ୍ରିୟ ରହିଥିଲା । ଏହାକୁ ସବୁବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ବଜାଯାଉଥିଲା । ତାଙ୍କର ଗୀତ ମାଧ୍ୟମରେ ନୋବା ରୁଷିଆ ରାଷ୍ଟ୍ରପତିଙ୍କ ୧.୩ ବିଲିୟନର ବଙ୍ଗଳାକୁ ମଧ୍ୟ ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking