28.1 C
Bhubaneswar
Friday, July 19, 2024
Homeଓଡିଶାରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ

ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ

ଅନୁଗୋଳରାଜ୍ୟ ରାଜପଥ କଡ଼ରେ ଥିବା ବାଲିଗଦାରୁ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଅନୁଗୋଳ-ଭୁବନେଶ୍ୱର ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନୁଗୋଳ ଜିଲ୍ଲାର ଛେଲିଆପଡା ଗାଁ ନିକଟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ଅନୁଗୋଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗାଁ ନିକଟରେ ରାସ୍ତାକଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ଜଣକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା ବୋଲି ଜଣାପଡ଼ିଛି । ସଂଗ୍ରାମଙ୍କୁ କେହି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଅଭିଯୁକ୍ତକୁ ଗିରଫ ଦାବିରେ ଅନୁଗୋଳ କଟକ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଓ ସ୍ଥାନୀୟଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂଗ୍ରାମ ଗତକାଲି ରାତିରେ ନିଜ ଘର ଛାତ ପକାଇଥିଲେ। ତେଣୁ ରାତିରେ ସେ ଭୋଜି ଭାତ ମଧ୍ୟ କରିଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ସେ ଘରୁ ବାହାରକୁ ଆସିଥିବା କହିଛନ୍ତି ପରିବାର । ହେଲେ ବାହାରକୁ ଆସିବା ପରେ ଆଉ ଘରକୁ ଫେରି ନଥିଲେ ସଂଗ୍ରାମ । ଆଜି ସକାଳେ ରାସ୍ତାକଡରେ ଏକ ବାଲିଗଦା ଉପରେ ତାଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ସେମାନେ ସଂଗ୍ରାମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ପରିବାରଲୋକେ ସେଠାରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking