29.1 C
Bhubaneswar
Thursday, May 9, 2024
Homeଓଡିଶାବିଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର

ବିଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ ସଙ୍କଟରେ ପଡ଼ିଛନ୍ତି ଗଜରାଜ । କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀର ମୃତ୍ୟୁ ହେଉଛି । ଏବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ମୃତ ହାତୀ ଛୁଆଟି ଏକ ଅଣ୍ଡିରାହାତୀ ଛୁଆ ହୋଇଥିବା ବେଳେ ତାହାର ବୟସ ୨ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀ ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ ।

ତେବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗିରିଧରପ୍ରସାଦ ଗ୍ରାମ ନିକଟସ୍ଥ ଗିରିଧରପ୍ରସାଦ ଗ୍ରାମ ନିକଟ ଧାନ ବିଲରେ ଏହି ହାତୀ ଛୁଆର ମୃତଦେହକୁ ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ମୃତ ହାତୀ ଛୁଆର କିଛି ଦୂରରେ ହାତୀ ପଲ ରହିଥିବା ଜଣାପଡିଛି ।

ସେହିପରି ଗତ ମାସରେ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଥିଲା । ହାତୀ ଛୁଆଟି ଧାନ ଖାଇବାକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା । ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନର ରାମପାଳ ନିକଟରେ ଧାନ ବିଲରେ ହାତୀ ଛୁଆର ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏନେଇ ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା । ଏଥିସହ ମୃତ ହାତୀ ଛୁଆ ପାଖରୁ କିଛି ବିଦ୍ୟୁତ ତାର ଜବତ କରିଥିଲା ବନ ବିଭାଗ l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking