27.2 C
Bhubaneswar
Tuesday, June 9, 2026
Homeଦେଶ ବିଦେଶଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି

ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି

ହରିଦ୍ୱାର : ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି। ଏପରି ଏକ ହୃଦୟ ବିଦାରକ ଘଟଣା ହରିଦ୍ୱାରରେ ଘଟିଛି। ଏହି ଦମ୍ପତି ହେଲେ ଉତ୍ତପ୍ରଦେଶ ସହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର । ପୁଲିସ୍‌ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର କରିବା ପରେ ତାଙ୍କ ଶବ ସତ୍କାର କରାଯାଇଛି । ମାତ୍ର ମୌନାଙ୍କ ପତ୍ତା ମିଳି ପାରି ନାହିଁ। ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି। ମାତ୍ର ଗତ କିଛି ବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା ଧାରକରଜରେ ବୁଡ଼ି ଯାଇଥିଲେ। ଏପରିକି କରଜ ଟଙ୍କାର ସୁଧ ବି ପରିଶୋଧ କରି ପାରୁ ନ ଥିଲେ। ଏହାକୁ ନେଇ ଋଣଦାତାମାନେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ। ଏନେଇ ସେ ନିଜ ପତ୍ନୀଙ୍କୁ ଜଣାଇବା ପରେ ଉଭୟ ଚରମ ନିଷ୍ପତ୍ତି ନେଇଥିଲେ। ଏହାପରେ ଘରୁ ବାହାରି ହରିଦ୍ୱାରସ୍ଥିତ ଗଙ୍ଗା ନଦୀ କୂଳକୁ ଆସିଥିଲେ। ସେଠାରେ ଏକ ବ୍ରିଜ ଉପରେ ସେମାନେ ନିଜ ଜୀବନର ଶେଷ ସେଲଫି ଉଠାଇଥିଲେ। ଏଥିସହ ଆତ୍ମହତ୍ୟା କରୁଥିବା ନେଇ ନିଜ ସାଙ୍ଗକୁ ହ୍ୱାଟ୍ସ ଆପ୍‌ରେ ମେସେଜ କରିଥିଲେ। ଏହାପରେ ଉଭୟ ଗଙ୍ଗା ନଦୀକୁ ଡେଇଁ ପଡ଼ିଥିଲେ। ସୌରଭଙ୍କ ସାଙ୍ଗ ତୁରନ୍ତ ତାଙ୍କ ପରିବାରବର୍ଗଙ୍କୁ ଏନେଇ ସୂଚନା ଦେଇଥିଲେ। ଏହାପରେ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ହରିଦ୍ୱାର ପୁଲିସ୍‌ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜଖୋଜି କରି ସୌରଭଙ୍କ ମୃତଦେହ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକେ ଶୋକାକୂଳ ପରିବେଶରେ ସୌରଭଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ବେଳେ ତାଙ୍କ ପତ୍ନୀ ମୌନାଙ୍କ ପତ୍ତା ମିଳି ପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking