25.1 C
Bhubaneswar
Tuesday, February 18, 2025
Homeଓଡିଶାଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଦମ୍ପତି

ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଦମ୍ପତି

ଯାଜପୁର : ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଦମ୍ପତି । ଯାଜପୁର ଟମକା ଷ୍ଟେସନ ନିକଟରେ ଏପରି ହୃଦୟବିଦାରକ ଘଟଣା ଘଟିଛି । ଋଣ ଭାରରେ ବୁଡ଼ି ଦମ୍ପତି ଟ୍ରେନ୍ ଆଗକୁ ଡେଇଁପଡ଼ିଥିବା ଆଲୋଚନା ହେଉଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ରୁ ସାଢ଼େ ୫ଟାରେ ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ତାଙ୍କ ପତ୍ନୀ ଜାନକୀ ବାଇକ୍‌ରେ ଟମକା ଷ୍ଟେସନ ନିକଟ ଧୂଳିଆପଶିକୁ ଆସିଥିଲେ । ରାସ୍ତାରେ ବାଇକ ରଖି ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ଦମ୍ପତି । ଟ୍ରେନ୍‌ଟି ଉଭୟଙ୍କୁ ଧକ୍କା ଦେଇ ଘୁଷାରୀ ନେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ଋଣ ଭାରରେ ବୁଡ଼ି ଦମ୍ପତି ଟ୍ରେନ୍ ଆଗକୁ ଡେଇଁଥିବା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking