34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦେଶର ଏକମାତ୍ର ନାମହୀନ ରେଳଷ୍ଟେସନ

ଦେଶର ଏକମାତ୍ର ନାମହୀନ ରେଳଷ୍ଟେସନ

କୋଲକାତା : ରେଳ ଷ୍ଟେସନ ଅଛି, ଟ୍ରେନ୍ ଯାତାୟାତ କରୁଛି କିନ୍ତୁ ଷ୍ଟେସନର କୌଣସି ନାମ ନାହିଁ । କଥାଟି ଅଜବ ଶୁଣାଯାଉଥିଲେ ସୁଦ୍ଧା ନିରାଟ ସତ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ଚର୍ଚ୍ଚିତ ରେଳଷ୍ଟେସନ ଅବସ୍ଥିତ । ବର୍ଦ୍ଧମାନ ସହରଠାରୁ ୩୫ କିମି ଦୂର ରାଇନା ନାମକ ଗ୍ରାମରେ ୨୦୦୮ରେ ଏକ ନୂଆ ଷ୍ଟେସନ ପ୍ରତିଷ୍ଠା କରାଯାଇଥିଲା । ସେବେଠାରୁ ଏହି ଷ୍ଟେସନର ନାମକରଣ କରାଯାଇନାହିଁ । ତେବେ ଏହାର ଏକମାତ୍ର କାରଣ ହେଉଛି ଷ୍ଟେସନର ନାମକରଣକୁ ନେଇ ଦୁଇ ପଡୋଶୀ ଗ୍ରାମ ମଧ୍ୟରେ ବିବାଦ । ୨୦୦୮ ପୂର୍ବରୁ ପଡୋଶୀ ରାଏନଗରରେ ଏକ ରେଳଷ୍ଟସନ ଥିଲା ।

ଏହା ନ୍ୟାରୋ ଗଜ୍ ହୋଇଥିବାରୁ ଟ୍ରେନ୍ ଚଳାଚଳ ଏତେଟା ସୁବିଧାଜନକ ହେଉନଥିଲା । ପରବର୍ତ୍ତୀ ସମୟରେ ଏହି ଲାଇନ୍‌କୁ ବ୍ରଡଗଜ୍‌ରେ ପରିଣତ କରାଯାଇ ଅନତିଦୂରରେ ଏକ ଷ୍ଟେସନ ସ୍ଥାପନ କରାଯାଇଥିଲା । ତେବେ ରାଏନଗର ବାସିନ୍ଦାମାନେ ନୂତନ ଷ୍ଟେସନର ନାମ ରାଏନଗର ରଖିବାକୁ ଜିଦ୍ ଧରିଥିବାବେଳେ ରାଇନା ଗ୍ରାମବାସୀ ସେମାନଙ୍କ ଗ୍ରାମର ନାମ ଅନୁଯାୟୀ ନାମକରଣ ଦାବି କରିଥିଲେ । ବିବାଦର ସମାଧାନ ହୋଇପାରୁନଥିବାରୁ ଏପର୍ଯ୍ୟନ୍ତ ଷ୍ଟେସନରେ କୌଣସି ନାମଫଳକ ପ୍ରଦର୍ଶିତ ହୋଇପାରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking