ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ମୃତ୍ୟୁ ପରେ ଶବକୁ ଅସମ୍ମାନ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବକୁ ମିଳୁନି ସମ୍ମାନ । ମୂଷା ଖାଇଯାଉଛନ୍ତି ଶବ । ବିଦିର୍ଣ୍ଣ କରି ମୂଷା ଖାଇଯାଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଡିଏନକେ ୧୩ର ମୃତ ମୁନ୍ନା ହରିଜନଙ୍କ ପରିବାର । କୌଣସି କାରଣରୁ ମୁନ୍ନା ୬ତାରିଖରେ ଆତ୍ମହତା କରିଥିଲେ । ପୋଲିସ ଶବକୁ ମର୍ଗ ହାଉସରେ ରଖିଥିଲା ।
ବବଚ୍ଛେଦ ବେଳକୁ ଶବ ବିଦିର୍ଣ୍ଣ ହୋଇଯାଇଥିଲା । ମୂଷା ଖାଇଯାଇଥିଲେ । ଏଭଳି ଅବସ୍ଥା ଦେଖି ପରିବାର ଲୋକେ କ୍ଷୁବ୍ଧ ହୋଇପଡିଥିଲେ । ସତ ମାନିବାକୁ ମେଡିକାଲ କର୍ତ୍ତୃପକ୍ଷ ରାଜି ନୁହଁନ୍ତି । ସତକଥା ହେଉଛି ଦୀର୍ଘ ୬ ବର୍ଷ ଧରି ଏଠାରେ ଥିବା ଶବ ସାଇତି ରଖିବା ଫ୍ରିଜର ଖରାପ । ଏଥିପ୍ରତି କାହାର ନିଘା ନାହିଁ। ଘଟଣା ସମ୍ପର୍କରେ ଏଡିଏମଓ କହିଛନ୍ତି ଶବାଗାକୁ ମୂଷା ଯିବାପାଇଁ ରାସ୍ତା ନାହିଁ ।
ଶବାଗାର ମରାମତି କରାଯାଇଛି । ଶବ ସୁରକ୍ଷିତ ରହୁଛି । ସିଡିଏମଓଙ୍କୁ ଅବଗତ କରାଯାଇଛି । କିନ୍ତୁ ଫ୍ରିଜର ଆସିନାହିଁ । ଅତିଶୀଘ୍ର କିପରି ଫ୍ରିଜର ଆସିବ ବ୍ୟବସ୍ଥା କରାଯିବ । ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି ।