28.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶସମ୍ବିଧାନର ଯେଉଁ କପି ଆମକୁ ମିଳିଛି, ସେଥିରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ନାହିଁ: ଅଧୀର...

ସମ୍ବିଧାନର ଯେଉଁ କପି ଆମକୁ ମିଳିଛି, ସେଥିରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ନାହିଁ: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଆମକୁ ସମ୍ବିଧାନର ଯେଉଁ କପି ଦିଆଯାଇଛି, ତାହାକୁ ଧରି ଆମେ ଗୃହକୁ ଯାଇଥିଲୁ। ସେଥିରେ ସମାଜବାଦୀ ଏବଂ ଧର୍ମନିରପେକ୍ଷ ଶବ୍ଦ ନାହିଁ।

ଅଧୀର ରଞ୍ଜନ କହିଛନ୍ତି, ଆମେ ଜାଣୁ ଯେ ୧୯୭୬ରେ ସଂଶୋଧନ ପରେ ଏହି ଦୁଇଟି ଶବ୍ଦ ଅନ୍ତର୍ଭୁକ୍ତ ହୋଇଛି, କିନ୍ତୁ ଯଦି ସମ୍ବିଧାନରେ ଏହି ଦୁଇଟି ଶବ୍ଦ ନ ରହିବ, ତେବେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଏହାକୁ ମୁଁ ଆଜି ରାହୁଲ ଗାନ୍ଧିଙ୍କୁ ମଧ୍ୟ ଦେଖାଇଲି। ଅଧୀର ରଞ୍ଜନ କହିଛନ୍ତି, ମୁଁ ଏହି ପ୍ରସଙ୍ଗ ଉଠାଇ ପାରି ନ ଥିଲି, କାରଣ ସୁଯୋଗ ମିଳି ନ ଥିଲା।

ସେ କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ସନ୍ଦେହଜନକ ରହିଛି। ଏହା ବହୁତ ଚତୁରତାର ସହ କରାଯାଇଛି। ଏହା ମୋ ପାଇଁ ଚିନ୍ତାର ବିଷୟ। ମୁଁ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ମୋତେ ସୁଯୋଗ ମିଳି ନ ଥିଲା। ଅଧୀର କହିଥିଲେ କି, ଯଦି ଏହି ଲୋକଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଯିବ, ତେବେ ସେମାନେ କହିବେ ଯେ ଆମେ ପୂର୍ବ କପି ଦେଇଛୁ।

ଏହିପରି ଟିଏମ୍‌ସି ସାଂସଦ ଡୋଲା ସେନ୍‌ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ସମ୍ବିଧାନର ଯେଉଁ କପି ସାଂସଦମାନଙ୍କୁ ଦିଆଯାଇଛି, ସେଥିରେ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଶବ୍ଦ ଗାଏବ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking