31.1 C
Bhubaneswar
Friday, October 18, 2024
Homeଓଡିଶାତିନିରଥର ପ୍ରଥମ 'ଭୂଇଁ ଫ୍ରେମ' ନିର୍ମାଣ ଶେଷ

ତିନିରଥର ପ୍ରଥମ ‘ଭୂଇଁ ଫ୍ରେମ’ ନିର୍ମାଣ ଶେଷ

ପୁରୀ: ପ୍ରବଳ ଗୁଳୁଗୁଳି ଗରମ କୁ ଖାତିର ନ କରି ମହାପ୍ରଭୁ ଙ୍କ ରଥ ନିର୍ମାଣ ରେ ଲାଗିଛନ୍ତି ରଥ ନିର୍ମାଣକାରି ସେବକ । ଆଜି ତିନିରଥର ମୋଟ ୧୯୮ ଜଣ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ହେବାପରେ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ତିନିରଥର ମୋଟ ୪୪ ଗୋଟି ‘ଯୋକା’ ରଥ ଚତୁର୍ପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ ଶେଷ ହୋଇଥିଲା ।

ଆଜି ତିନିରଥର ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥର ପ୍ରଥମ ‘ଭୂଇଁ ଫ୍ରେମ’ ନିର୍ମାଣ ଶେଷ କରି, ନମ୍ବରିଂ ପରେ ପ୍ରଥମ ଭୂଇଁ ପ୍ରେମକୁ ଖୋଲାଯାଇ ତିନିରଥ ନିକଟରେ ଭୋଇ ସେବକ ମାନେ ସାଇତି ଛନ୍ତି । ସୂଚନା ଥାଉ ଯେ, ଏହି ପ୍ରଥମ ଭୂଇଁ ୬ ଗୋଟି ଓରା ଏବଂ ୪ ଗୋଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ ଟି ପାଖୁଡା ଏବଂ ୧୬ ଟି ଛିଆଣ, ପାଖୁଡାକୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ୱରେ ସଂଯୋଗ ହୋଇଅଛି ।

ଏଥି ସହ ଭୁଇଁର ମଧ୍ୟ ଭାଗରେ ‘କନକ ମୁଣ୍ଡି’ ପାଇଁ କନକ ମୁଣ୍ଡି ପଟା ଚାରିଗୋଟି ବର୍ଗାକାର ଭାବେ ସେଟିଙ୍ଗ ହୋଇଅଛି । ଏହା ପରେ ‘କନକ ମୁଣ୍ଡ’ ଏବଂ ‘କନକ ମୁଣ୍ଡି କାଣ୍ଡ’ ପ୍ରଥମ ଭୂଇଁ ପଡିଲା ପରେ ନିର୍ମାଣ ହୋଇ ସେଟିଙ୍ଗ ହେବ । ତେବେ ଆସନ୍ତାକାଲି ଚାରି ନାହାକାରେ ପ୍ରଥମ ଭୂଇଁ ଫ୍ରେମ ସଂଯୋଗ କରାଯିବା ପରେ ୧୪ ନାହାକା ସେଟ କରାଯିବ । ଏଥି ସହ ଆଜି ତିନିରଥର ୪ଟି ଲେଖାଁଏ ‘ଅଁଳା’ ଚଉପଟ ଶେଷ ହେବା ସହ ‘ନାଟଗୋଡ଼’ ରେ ବସିବା ପାଇଁ ମୋଟ ୮ ଟି ଲେଖାଁଏ ଗାରେଡିରୁ ଛଅ ଛଅ ଟି ଗାରେଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି ।

ସେହିପରି ତିନିରଥର ରୂପକାର ସେବକ ମାନେ ତିନିରଥର ‘ନାଟ ଗୋଡ଼’ ରେ ରୂପ ଖିଦେଇ ଜାରି ରଖିଛନ୍ତି । ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ‘ତାଗ’ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ତେବେ ଆଜି ଚିତ୍ରକର ସେବା କାରୀ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ ଏବଂ ଶିଖର ଡମ୍ବରୁ (ପାର୍ଶ୍ୱ ଦେବ ଦେବୀଙ୍କ ଆସ୍ଥାନ) ରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking