29.1 C
Bhubaneswar
Saturday, July 27, 2024
Homeଓଡିଶାଛୁଟିରେ ଘରକୁ ଆସି ଜୀବନ ହାରିଲେ କନେଷ୍ଟବଳ

ଛୁଟିରେ ଘରକୁ ଆସି ଜୀବନ ହାରିଲେ କନେଷ୍ଟବଳ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ଜନିତ ମାମଲା ବଢିବାରେ ଲାଗିଛି । ଖାସ୍ କରି ଏଥିରେ ଅଧିକ ଶୀକାର ହେଉଛନ୍ତି ଆଜିର ଯୁବପିଢୀ । ତେବେ, ଏଭଳି ପରିସ୍ଥିତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୋଲିସ୍ କନେଷ୍ଟବଳ ନିଜ ଜୀବନ ହାରିଛନ୍ତି। ମୃତ କନେଷ୍ଟବଳ  ଜଣକ ହେଉଛନ୍ତି ପ୍ରେମାନନ୍ଦ ନାଏକ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଓ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ କାରଣ ଖୋଜୁଛି ପୋଲିସ୍ । ପୋଲିସ୍ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗାଁର ପ୍ରେମାନନ୍ଦ  ନାଏକ  ଦିର୍ଘ ଦିନ ହେବ ପୋଲିସ୍ କନେଷ୍ଚବଳ ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ହେବ ପ୍ରେମାନନ୍ଦଙ୍କ ପୋଷ୍ଟିଂ ଭଦ୍ରକ ଜିଲ୍ଲାରେ ହୋଇଥିଲା । ସେ ସେଠାରେ (ଏ.ଏସ୍.ଏ.ପି) ପୋଷ୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ୬ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅଟିଏ ମଧ୍ୟ ଅଛି ଏବଂ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି। ତେବେ ଦୀର୍ଘଦିନ ହେବା ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତିରେ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

କିନ୍ତୁ ଚର୍ଚ୍ଚା ହେଉଛି ଯେ, ତାଙ୍କ ସ୍ତ୍ରୀର ଅନ୍ୟ କାହା ସହ ଅବୈଧ ସମ୍ପର୍କ ଥିବାରୁ ସେ ଜୀବନ ହାରିଛନ୍ତି । ତେବେ, ପ୍ରେମାନନ୍ଦ ଦିର୍ଘ ଦିନ ହେବ ମାନସିକ ଚାପରେ ଥିଲେ। କାର୍ଯ୍ୟାଳୟରେ ମଧ୍ୟ ସେ ଠିକ୍ ଭାବେ କାର୍ଯ୍ୟ କରୁ ନଥିଲେ। ଏପରିକି ସେ ଦିର୍ଘ ଦିନ ହେବ ଛୁଟିରେ ଥିଲେ। ତେବେ, ସେ ନିଜ ସ୍ତ୍ରୀର ଏଭଳି କାର୍ଯ୍ୟ କଳାପ ଯୋଗୁଁ ମାନସିକ ଚାପରେ ଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ସେ ଆତ୍ମହତ୍ୟା ଭଳି ଚରମ ନିସ୍ପତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking