ଯାଜପୁର : ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଯାଜପୁର ମୂଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସଫେଇ କର୍ମଚାରୀ। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟ ଠପ ହୋଇ ଯାଇଛି। ବକେୟା ଦରମା ପ୍ରଦାନ, ଠିକ ସମୟ ରେ ଦରମା ଆଦି ୫ଦଫା ଦାବିରେ ଯାଜପୁର ଜିଲ୍ଲା ଠିକା ସଂସ୍ଥା ଅଧୀନ ରେ କାର୍ଯ୍ୟରତ ସଫେଇ କର୍ମଚାରୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଦୀର୍ଘ ସମୟ ଧରି ଧାରଣା ଦେବା ପରେ ସେମାନଙ୍କ ଠିକା ସଂସ୍ଥା କର୍ତ୍ତୃପକ୍ଷ ଆସି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏନେଇ ଏକ ଲିଖିତ ଦାବିପତ୍ର ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି।