ବେଜିଂ,୮ ।୭: କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିସିପି) ଏବଂ ଚୀନ୍ ସେନା ବର୍ତ୍ତମାନ ଏକ ନୂତନ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି । ଏହି ଅସ୍ତ୍ରଶସ୍ତ୍ର ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, ଚୀନ୍ ସେନା ବର୍ତ୍ତମାନ କିଛି ନ୍ୟୁରୋଷ୍ଟ୍ରାଇକ୍ ୱିପନ୍ ଅର୍ଥାତ ସିଧା ମଣିଷର ମସ୍ତିଷ୍କ ଉପରେ ଆକ୍ରମଣ କରୁଥିବା ଅସ୍ତ୍ର ପ୍ରସ୍ତୁତ କରିଛି । ଏଗୁଡିକ ଦ୍ୱାରା କେବଳ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ମସ୍ତିଷ୍କ ଉପରେ ଆକ୍ରମଣ କରିହେବ ତାହା ନୁହେଁ ବରଂ ସେମାନଙ୍କର ମସ୍ତିଷ୍କକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।
ଆସନ୍ତୁ ଜାଣିବା ନ୍ୟୁରୋଷ୍ଟ୍ରାଇକ୍ ୱିପନ କ’ଣ ? ଏହାକୁ କେତେ ବିପଦଜନକ ମନେ କରାଯାଏ ? କ’ଣ ପୂବର୍ରୁ କେବେ ଏହାର ବ୍ୟବହାର ହୋଇଛି ? ମସ୍ତିଷ୍କ ଉପରେ ଆକ୍ରମଣ କରି ଏହି ଅସ୍ତ୍ର ଦ୍ୱାରା କ’ଣ କ’ଣ ହାସଲ କରିହେବ ? ନ୍ୟୁରୋଷ୍ଟ୍ରାଇକ୍ ୱିପନ ନିଜର ନାଁ ଅନୁସାରେ, ସିଧା ମଣିଷର ନ୍ୟୁରୋ ଅର୍ଥାତ ତନ୍ତ୍ରିକା ଉପରେ ଆକ୍ରମଣ କରୁଥିବା ଅସ୍ତ୍ର । ଏହା ଏଭଳି ଅସ୍ତ୍ର, ଯାହାଦ୍ୱାରା ବିଶେଷ ଭାବରେ ଯୁଦ୍ଧ ଲଢୁଥିବା ସୈନିକଙ୍କ ଦରକାର ହିସାବରେ ସାଧାରଣ ଲୋକଙ୍କ ମସ୍ତିଷ୍କ ଉପରେ ଆକ୍ରମଣ କରିବାକୁ ବ୍ୟବହାର କରାଯାଇଥାଏ । ଏହା ସିଧା ସଳୂଖ କୌଣସି ବସ୍ତୁ ଦ୍ୱାରା ଆକ୍ରମର ନକରି ଏକ ଶକ୍ତିର ଆକ୍ରମଣ ହୋଇଥାଏ । ଏଭଳି ଅସ୍ତ୍ର ମାଇକ୍ରୋୱେଭସ୍ ବା ଶକ୍ତି ଜରିଆରେ ମସ୍ତିଷ୍କ ନିୟନ୍ତ୍ରଣ କରିବାରେ ବ୍ୟବହାର କରିହେବ । ରିସର୍ଚ୍ଚ ଅନୁସାରେ, ଚୀନ୍ର କମ୍ୟୁନିଷ୍ଟ ପାର୍ଟି ଏହି ନ୍ୟୁରୋଷ୍ଟ୍ରାଇକ୍ ଅସ୍ତ୍ରକୁ ଆମେରିକା ଓ ହିନ୍ଦ ପ୍ରଶାନ୍ତ ମହାସାଗରରେ ନିଜର ସାଥୀ ଦେଶକୁ ଟାର୍ଗେଟ କରିବାକୁ ତିଆରି କରୁଛି । ଚୀନ୍ ଏହି ଅସ୍ତ୍ରଶସ୍ତ୍ର ମାଧ୍ୟମରେ ପାରମ୍ପାରିକ ପଦ୍ଧତି ତୁଳନାରେ ଅଣ ପାରମ୍ପାରିକ କ୍ଷମତା ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଜିନପିଙ୍ଗଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟିର ଏକ ସ୍ୱତନ୍ତ୍ର ଜୈବ-ଅସ୍ତ୍ର ବିକଶିତ କରୁଛି ।