31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶବନ୍ଦେ ଭାରତ ଏକ୍ସପ୍ରେସର ଗରିମା ବୃଦ୍ଧି କରିଛି କ୍ୟାଟରିଂ ଅନୁଭୂତି

ବନ୍ଦେ ଭାରତ ଏକ୍ସପ୍ରେସର ଗରିମା ବୃଦ୍ଧି କରିଛି କ୍ୟାଟରିଂ ଅନୁଭୂତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ବ୍ୟସ୍ତବହୁଳ ଦୁନିଆରେ ବନ୍ଦେ ଭାରତ ଏକ୍ସପ୍ରେସ ସେବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଛି । ଏହି ମର୍ଯ୍ୟାଦାଜନକ ଟ୍ରେନ୍‌ରେ ଯାତ୍ରା କରୁଥିବା ଉତ୍ସର୍ଗୀକୃତ କ୍ୟାଟରିଂ ସେବା କର୍ମଚାରୀଙ୍କ ଯୋଗୁଁ ଅନ୍ୟ ଟ୍ରେନ୍‌ଗୁଡିକ ଅପେକ୍ଷା ସେବା ପ୍ରଦାନ କରିବାରେ ଏଠାରେ ଏକ ଅନସ୍ୱୀକାର୍ଯ୍ୟ ଆକର୍ଷଣ ରହିଛି । ବିମାନ ମିଳୁଥିବା ଉଚ୍ଚ ସ୍ତରର ସେବା ଏଠାରେ ଉପଲବ୍ଧ ହେଉଛି । ବିମାନ ପରିଚାଳକଙ୍କ ପରି ପ୍ରଶିକ୍ଷିତ ସେବା ପ୍ରଦାନକାରୀ ଯାତ୍ରୀଙ୍କ ପ୍ରତ୍ୟେକ ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ଏକଦା ହୋଟେଲ୍ ଏବଂ କ୍ୟାଟରିଂ ଶିଳ୍ପର ଚମକ ଏବଂ ଗ୍ଲାମର୍ ପ୍ରତି ଆକର୍ଷିତ ହେଉଥିବା ଯୁବପିଢ଼ି ଏବେ ଭାରତୀୟ ରେଳବାଇର କ୍ୟାଟରିଂ ସେବା ବିଶେଷକରି ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରତି ଆକର୍ଷିତ ହେଉଛନ୍ତି । ଏଏନ୍‌ଏମ୍‌ଏମ୍ କ୍ୟାଟରିଂ ସେବା ପ୍ରଦାନକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରୀଙ୍କୁ ସୁସ୍ୱାଦୁ ଏବଂ ଉଚ୍ଚମାନର ଖାଦ୍ୟ ପରସିବା ସମ୍ଭବ ହୋଇଛି ।

ମେନୁକୁ ବ୍ୟବସ୍ଥିତ କରିବା ପାଇଁ ଖାଦ୍ୟ ପ୍ରସ୍ତୁତିରେ ଟେକ୍ନୋଲୋଜିର ବ୍ୟବହାର କରାଯାଇ ଯାତ୍ରୀଙ୍କ ନିକଟରେ ଉଚ୍ଚ ମାନର ଏବଂ ସୁସ୍ୱାଦୁ ଖାଦ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ରେଳବାଇ କ୍ୟାଟରିଂ ସେବାର ଏହି ପରିବର୍ତ୍ତନ ଯାତ୍ରୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking