16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଟ୍ରକକୁ ପଛପଟୁ ଧକ୍କା ଦେଲା କାର; ଚାଲିଗଲା ୫ଜଣଙ୍କ ଜୀବନ

ଟ୍ରକକୁ ପଛପଟୁ ଧକ୍କା ଦେଲା କାର; ଚାଲିଗଲା ୫ଜଣଙ୍କ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକ ଧାରୱାଡ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ କାର୍ ପଛପଟୁ ଟ୍ରକକୁ ଧକ୍କା ଦେବା ଯୋଗୁଁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାର୍ରେ ଥିବା ସମସ୍ତ ଯାତ୍ରୀ ବେଲଗମ ଜିଲ୍ଲା ଔରାଦି ଅଞ୍ଚଳର ହୋଇଥିବାବେଳେ ସେମାନେ ଧାରୱାଡ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଧାରୱାଡ ଜିଲ୍ଲା ତେଗୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । କାର ଚାଳକ ଜଣେ ପଥଚାରୀଙ୍କୁ ଧକ୍କା ଦେବାରୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ସାମ୍ନାରେ ଯାଉଥିବା ଏକ ଟ୍ରକ ସହ ପଛ ପଟୁ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ସମ୍ପୃକ୍ତ ପଥଚାରୀଙ୍କ ସମେତ କାରରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ କାର୍ଟି ପୁରା ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି ।

କାରରେ ଥିବା ସମସ୍ତ ଯାତ୍ରୀ ଅଗ୍ନିପଥରେ ନିଯୁକ୍ତି ପାଇଥିବା ଜଣେ ସାଙ୍ଗକୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଯାଉଥିଲେ । ଗାଡିଟି ତେଗୁର ଅଞ୍ଚଳରେ ଅତି ଦ୍ରୁତଗତିରେ ଆଗକୁ ବଢୁଥିବା ବେଳେ ଜଣେ ପଥଚାରୀ ସାମ୍ନାକୁ ଆସିଯାଇଥିଲେ । ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ କାର୍ ଚାଳକ ପଛ ପଟୁ ଏକ ଟ୍ରକକୁ ଧକ୍କା ଦେଇଥିଲା । ଏହାପରେ ସମ୍ପୃକ୍ତ ପଥଚାରୀଙ୍କ ସହ ମଧ୍ୟ କାର ଧକ୍କା ହୋଇଥିଲା । ଫଳରେ ଏଥିରେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପଥଚାରୀ ଆଖି ବୁଜିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ହେଲେ ମହନ୍ତେଶ ମୁଦ୍ଦୋଜି, ବାସବରାଜ ନାରଗୁଣ୍ଡା, ନାଗପ୍ପା ମୁଦୋଜି, ଶ୍ରୀକୁମାର ଏବଂ ପଥଚାରୀ ଏରନ୍ନା ରାମନଗୌଦାର । ଏଥିରେ ଆହତ ହୋଇଥିବା ଅନ୍ୟ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଞ୍ଜୁନାଥ ମୁଦୋଚି ଅଗ୍ନିପଥରେ ନିଯୁକ୍ତି ପାଇଥିଲେ । ତାଙ୍କୁ ହୁବଲିରେ ଛାଡିବାକୁ ତାଙ୍କର କିଛି ସାଙ୍ଗ ଓ ସମ୍ପର୍କୀୟ ସେଠାକୁ ଯାଉଥିଲେ । ହେଲେ ବାଟରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ତେବେ ଅଗ୍ନିପଥରେ ନିଯୁକ୍ତ ପାଇଥିବା ମଞ୍ଜୁନାଥଙ୍କ ଜୀବନ ବଞ୍ଚି ଯାଇଥିବାବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking