30.1 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଗଛରେ ପିଟି ହୋଇ ଜଳିଲା କାର୍‌‌; ୪ ଜୀବନ୍ତ ଦଗ୍ଧ

ଗଛରେ ପିଟି ହୋଇ ଜଳିଲା କାର୍‌‌; ୪ ଜୀବନ୍ତ ଦଗ୍ଧ

ଭୋପାଳ: ମଧ୍ୟପ୍ରଦେଶର ହରଦା ଜିଲାରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏକ କାର ଗଛରେ ପିଟି ହୋଇ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କାରଟି ହରଦା ଜିଲାର ନୌସର ଗାଁ ଅତିକ୍ରମ କରୁଥିବା ବେଳେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଗଛରେ ଖୁବ ଜୋରରେ ପିଟି ହୋଇଯାଇଥିଲା। ଏହାପରେ ଗାଡିଟି ତୁରନ୍ତ ଜଳି ଯାଇଥିଲା। ନିଆଁର ଖୁବ ଜୋରରେ ଲାଗିଥିବାରୁ ପ୍ରତ୍ୟକ୍ଷଦର୍ଶୀ ଅନେକ ଚେଷ୍ଟା କରି ମଧ୍ୟ କାର ଭିତରୁ ଉଦ୍ଧାର କରି ପାରିନଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିବା ସହ ମୃତଦେହ ଉଦ୍ଧାର କରିଥିଲେ। ଘଟଣାର ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking