ହାଇଦ୍ରାବାଦ: ହାଇଦ୍ରାବାଦରେ ଅମାନୁଷିକ ଘଟଣା । ଭାଇର ଶେଷକୃତ୍ୟ କରିବାକୁ ପାଖରେ ନଥିଲା ଟଙ୍କା । ଶେଷରେ ଭାଇର ନିର୍ଯାତନାକୁ ମନେ ପକାଇ ପ୍ରତିଶୋଧ ନେଲେ ଭାଇ ଭଉଣୀ । ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଫୁଟଫାତରେ ଫୋପାଡି ଦେଲେ । ଏଭଳି ଲୋମ ହର୍ସଣକାରୀ ଘଟଣା ଘଟିଛି ହାଇଦ୍ରାବାଦର ଲଙ୍ଗର ହଜରେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, “ରାଜେନ୍ଦ୍ରନଗରର ଏନଏଫସିଏଲ କଲୋନିରେ ବଳରାଜ ଓ ତାଙ୍କ ସ୍ତ୍ରୀ ବାଲାମ୍ମା ରୁହନ୍ତି । ତାଙ୍କର ତିନି ଜଣ ପୁଅ ଓ ୨ ଜଣ ଝିଅ ରହିଛନ୍ତି ।
ବଳରାଜ ପୋଷ୍ଟ ଅଫିସରେ ଚାକିରି କରନ୍ତି । ତାଙ୍କର ବଡ଼ ପୁଅ ଓ ଝିଅର ବିବାହ ହୋଇଯାଇଥିବା ବେଳେ ସେମାନେ ଅଲଗା ରୁହନ୍ତି । ତେବେ ଏନଏଫସିଏଲ କୋଲନିରେ ବଳରାଜ ତାଙ୍କ ଦୁଇ ପୁଅ ରାଜୁ, ଅଶୋକ ଓ ଝିଅ ସ୍ୱରୁପା ସହ ରୁହନ୍ତୁ । ପରିବାରରେ ବହୁ ଆର୍ôଥକ ସମସ୍ୟା ରହିଥିଲା । କେବଳ ବଳରାଜଙ୍କ ପେନ୍ସନ୍ ଟଙ୍କାରେ ପରିବାର ଚଳୁଥିଲା । ଅଶୋକ କିଛି କାମ କରୁଥିବା ବେଳେ ପ୍ରତ୍ୟେକ ଦିନ ମଦ୍ୟାପାନ କରନ୍ତି । ତେଣୁ ଟଙ୍କା ପାଇଁ ସେ ତାଙ୍କ ମାଆଙ୍କୁ ଅନେକ ସମୟରେ ନିର୍ଯାତନା ଦେଇଥାଆନ୍ତି । କିନ୍ତୁ ରାଜୁ ଓ ସ୍ୱରୁପା ସମୟ ସମୟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ।
ଦିନେ ଅଶୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଗତ ୯ ତାରିଖରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ରାଜୁ ଓ ତାଙ୍କ ଭଉଣୀ ଏ ବିଷୟରେ ପଡ଼ିଶା ଲୋକଙ୍କୁ ଅବଗତ ନକରାଇ ଘର ଭିତରେ ଦୁଇ ଦିନ ଧରି ମୃତଦେହକୁ ରଖିଥିଲେ । ମୃତଦେହକୁ ବାରମ୍ବାର ଦେଖି ରାଜୁ ଓ ସ୍ୱରୁପା ପୂର୍ବରୁ ଆଶୋକ ଦେଇଥିବା ନିର୍ଯାତନାକୁ ମନେ ପକାଇଥିଲେ । ମୃତଦେହ ସତ୍କାର ପାଇଁ ଦୁଇ ଭାଇ ଭଉଣୀ ମାଆଙ୍କୁ ଟଙ୍କା ମାଗିବାରୁ ସେ ଏହା ଶୁଣିନଥିଲେ । ଶେଷରେ ପୂର୍ବ ରାଗକୁ ନେଇ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ଦୁଇ ଭାଇ ଭଉଣୀ । ଶେଷରେ ଏକ ଛୁରୀରେ ମୃତ ଭାଇର ଶରୀରରୁ ୩ ଖଣ୍ଡ କରିଦେଇଥିଲେ। ମୁଣ୍ଡ, ଗୋଡ ଓ ଶରୀର ମଧ୍ୟ ଭାଗକୁ ଖଣ୍ଡ ଖଣ୍ଡ କରି ଏ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଅଟୋରେ ଲଙ୍ଗର ହଜ୍କୁ ଯାଇଥିଲେ ରାଜୁ ଓ ସ୍ୱରୁପା ।