27.1 C
Bhubaneswar
Tuesday, August 25, 2026
Homeଓଡିଶାକାନ୍ଥ ଭୁଶୁଡି ମହିଳା ମୃତ

କାନ୍ଥ ଭୁଶୁଡି ମହିଳା ମୃତ

ଗଞ୍ଜାମ: ବର୍ଷା ଯୋଗୁଁ ସିମେଣ୍ଟ କାନ୍ଥ ଭୁଶୁଡି ମହିଳା ମୃତ୍ୟୁବରଣ କରିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ବଡ଼ହରିଜନସାହିର ସୁନୀତା ନାୟକ ଆଜି ସକାଳେ ଫୁଲ ତୋଳୁଥିବା ସମୟରେ ସିମେଣ୍ଟ କାନ୍ଥଟି ହଠାତ୍ ଭୁଶୁଡ଼ି ଯାଇଥିଲା ଯାହାଫଳରେ ସୁନୀତାଙ୍କ ଉପରେ କାନ୍ଥଟି ପଡିଯାଇଥିଲା । ଯାହା ଫଳରେ ସେ ଭିତରେ ଚାପି ହୋଇଯାଇଥିଲେ। ଘର ଲୋକ ଦେଖି ସ୍ଥାନୀୟ ଲୋକଙ୍କୁ କହିବା ପରେ ସୁନୀତା ଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଉଦ୍ଧାର କରିବା ବେଳକୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସୁନୀତାଙ୍କ ସ୍ବାମୀଙ୍କର କିଛି ବର୍ଷ ହେବ ମୃତ୍ୟୁ ଘଟିଥିବା ବେଳେ ବହୁ କଷ୍ଟରେ ଦୁଇଟି ପିଲାଙ୍କୁ ପାଠ ପଢ଼ାଉଥିଲେ। ପିଲାଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ କିଛି ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking