30.1 C
Bhubaneswar
Friday, May 3, 2024
Homeଓଡିଶାବରଯାତ୍ରୀରେ ନାଚିବାକୁ ମନା କରିବାରୁ ଝିଅର ମାକୁ ମାରିଦେଲେ

ବରଯାତ୍ରୀରେ ନାଚିବାକୁ ମନା କରିବାରୁ ଝିଅର ମାକୁ ମାରିଦେଲେ

ବରଗଡ: ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଯଦୁମଣୀଙ୍କ ଝିଅ ରଶ୍ମି ରାଜହଂସଙ୍କ ବିବାହ ପାଇଁ ଘେସ ନିକଟସ୍ଥ ବଡ଼ମାଲରୁ ପୁଅ ପକ୍ଷ ବରଯାତ୍ରୀ ଆସିଥିଲେ । ଯଦୁମଣି ରାଜହଂସଙ୍କ ସ୍ତ୍ରୀ କିଶୋରୀ ରାଜହଂସଙ୍କୁ ଗାଁର ସୁମନ୍ତ ନାଏକ, ସୁବୋଧ ରାଜହଂସ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବରଯାତ୍ରୀଙ୍କ ସହ ନାଚିବାପାଇଁ ବାରଣ କରିବାରୁ ବରଯାତ୍ରୀଙ୍କ ସହ ସେହି ଗାଁର ସୁମନ୍ତ ଏବଂ ସୁବୋଧ ଗଣ୍ଡଗୋଳ କରିଥିଲେ । ପରେ ବିବାହ ହେଉଥିବା ଝିଅର ମା କିଶୋରୀ ବାରଣ କରିବାରୁ ଉଭୟେ ନିଜ ଘରକୁ ଦଉଡି ଯାଇ ଧାରୁଆ ଅସ୍ତ୍ର ଆଣି କିଶୋରୀଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କିଶୋରୀ ଚେତାଶୂନ୍ୟ ହୋଇପଡିଥିଲେ । ପରେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମେଲଛା ମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାରୀ ଉଭୟେ ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking