30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଯୁଦ୍ଧର ଲଢେଇ ଭିତରେ ମଣିଷପଣିଆ ଦେଖାଇଛନ୍ତି କୁଲଦୀପ

ଯୁଦ୍ଧର ଲଢେଇ ଭିତରେ ମଣିଷପଣିଆ ଦେଖାଇଛନ୍ତି କୁଲଦୀପ

କିଭ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ତିନି ମାସ ହେବାକୁ ବସିଲାଣି । ଯୁଦ୍ଧ କେବେ ଶେଷ ହେବ ସେ ନେଇ କୈାଣସି ସଙ୍କେତ ମଧ୍ୟ ଆସିନାହିଁ । ୟୁକ୍ରେନ ରୁ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଇଛନ୍ତି ।ଯେଉଁ ମାନେ ୟୁକ୍ରେନ ର ଅଲଗା ଅଲଗା ସହରରେ ରହି ଯାଇଛନ୍ତି ସେମାନଙ୍କ ଜୀବନ ଏବେ ନର୍କ ହୋଇ ଗଲାଣି । ଖାଦ୍ୟ ଏବଂ ପାନୀୟ ଜଳର ସଙ୍କଟ ଦେଖାଦେଲାଣି । ଏହାରି ଭିତରେ ମାନବିକତା ଏବଂ ଭାଇଚାରା ଦେଖାଇଛନ୍ତି ଜଣେ ଭାରତୀୟ ବ୍ୟକ୍ତି । ୟୁକ୍ରେନରେ ଥିବା ଲୋକମାନଙ୍କୁ ଲଂଗର ଦେଉଛନ୍ତି । ତେବେ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁଲଦୀପ ।କିଭ ରେ ରହୁଥିବା କୁଲଦୀପ ସେଠାରେ ହିଁ ନିଜର ହୋଟେଲ ଖୋଲିଛନ୍ତି ।ଯେବେଠୁ ଯୁଦ୍ଧ ଆରମ୍ଭ ହୋଇଛି ସେବେଠୁ ତାଙ୍କ କାମ ବନ୍ଦ ହୋଇ ଯାଇଛି । ଏହି ସମସ୍ୟା ଭିତରେ କୁଲଦୀପ ସେବା କରିବା ପାଇଁ ନିଷ୍ପତ୍ତି ନେଲେ । ଲଂଗର ର କାମ କୁ ଆରମ୍ଭ କରିଦେଲେ ।ଯେବେଠୁ ଯୁଦ୍ଧ ଆରମ୍ଭ ହୋଇଛି ସେବେଠୁ ଲଂଗର କାମ ଆରମ୍ଭ କରିଛନ୍ତି କୁଲଦୀପ ।ଏବେ ଯୁଦ୍ଧ ୭୫ ଦିନରେ ପହଁଚିଥିବା ବେଳେ ଆଜିଯାଏଁ ସେହି କାର୍ଯ୍ୟ ଜାରୀ ରଖିଛନ୍ତି କୁଲଦୀପ । କୁଲଦୀପ କହିଛନ୍ତି କି , ଏହି କାମ କୁ ପ୍ରଥମେ ୩ ଜଣ ଲୋକ ଆରମ୍ଭ କରିଥିଲୁ ।ଆମର ମୂଳ ଲକ୍ଷ ଥିଲା ଖାଦ୍ୟ କୁ ସେହି ଲୋକଙ୍କ ପାଖରେ ପହଁଚାଇବା ଯେଉଁ ମାନେ ଯୁଦ୍ଧ ରେ ନିଜର ଘର ହରାଇଛନ୍ତି । ଏହା ସହ ଆହୁରି କହିଛନ୍ତି କି ପ୍ରତ୍ୟେକ ଦିନ ୩୭୫ ଲୋକ ଲଂଗର ରେ ଆହାର ଗ୍ରହଣ କରୁଛନ୍ତି ।ଏହା ସହ ଚେକପୋଷ୍ଟ ରେ ମଧ୍ୟ ଖାଦ୍ୟ ପହଁଚା ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking