27.1 C
Bhubaneswar
Monday, March 17, 2025
Homeଓଡିଶାନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ଦେବୀ ନଦୀର କେତେକଶ୍ୱର ବାଲିଘାଟରେ ତିର୍ତ୍ତୋଲ ଥାନା ଅଧୀନ ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନଙ୍କ ନାବାଳକ ପୁଅ ସୂର୍ଯ୍ୟକାନ୍ତ ପ୍ରଧାନ ରବିବାର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ତେବେ ସୋମବାର ପୂର୍ବାହ୍ନରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୂର୍ଯ୍ୟକାନ୍ତଙ୍କ ମୃତଦେହ ବାଲିଘାଟରୁ ଉଦ୍ଧାର କରାଯାଇଛି ।

କେତକେଶ୍ୱର ବାଲିଘାଟ ନିଲାମଧାରୀ ମନମୁଖୀ ଭାବେ ଦେବୀନଦୀର ବିଭିନ୍ନ ସ୍ଥାନରେ ମେସିନ ସାହାଯ୍ୟରେ ଗର୍ତ୍ତକରି ବାଲି ଉଠାଉଥିବା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୂର୍ଯ୍ୟକାନ୍ତର ମୃତଦେହ ଉଦ୍ଧାର ହେବା ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିବାଯିବା ସହିତ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking