31.1 C
Bhubaneswar
Sunday, May 19, 2024
Homeଓଡିଶାଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ

ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ

ପୁରୀ :ଶ୍ରୀମନ୍ଦିର ସିଂହଦ୍ୱାର ଥାନା ପୁଲିସ ଚୁଡ଼ଙ୍ଗ ସାହିର ଚିନ୍ମୟ ସ୍କୁଲ୍ ନିକଟରେ ରହୁଥିବା ସୁଶାନ୍ତ କୁମାର ରାଉତରାୟକୁ ଗିରଫ କରିଛି । ସୁଶାନ୍ତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରନ୍ତି । ମହାପ୍ରଭୁଙ୍କ ହୁଣ୍ଡିରେ ଭକ୍ତମାନେ ଦାନ ଦେଉଥିବା ଟଙ୍କାକୁ ପ୍ରତ୍ୟେକ ଦିନ ଅପରାହ୍ନରେ ଶ୍ରୀମନ୍ଦିର ଭିତରେ ଥିବା ଗାରଦ ଅଫିସ୍ ନିକଟରେ ଗଣତି କରାଯାଏ । ଏହି ସମୟରେ ଶ୍ରୀମନ୍ଦିରର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରୁହନ୍ତି । ତାଙ୍କ ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ ଟଙ୍କା ଗଣିଥାନ୍ତି । ଶନିବାର ଟଙ୍କା ଗଣତି କାର୍ଯ୍ୟରେ ଅଭିଯୁକ୍ତ ସୁଶାନ୍ତ ନିୟୋଜିତ ଥିଲେ । ଅପରାହ୍ନ ୪ଟାରୁ ଟଙ୍କା ଗଣା ଆରମ୍ଭ ହୋଇଥିଲା । କିନ୍ତୁ ୪ଟା ୨୩ମିନିଟ୍ ସମୟରେ ସେ ହଠାତ୍ ଉଠି ପଳାଇଥିଲେ । ଏହା ଦେଖ୍ ସେଠାରେ ଉପସ୍ଥିତ ଥିବା ନୃସିଂହ ପ୍ରସାଦ ପ୍ରତିହାରୀ ଓ ଜେଟିପିଙ୍କ ସନ୍ଦେହ ହୋଇଥିଲା । ଏହା ପରେ ସେମାନେ ଶାଖା କାର୍ଯ୍ୟାଳୟକୁ ଆସି ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଜଣାଇଥିଲେ । ଏହା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ।

ଏଥୁରୁ ସୁଶାନ୍ତ କିଛି ଟଙ୍କା ପକେଟ୍‌?ରେ ପୁରାଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଏକ ଅଭିଯୋଗପତ୍ର ଦେଇଥିଲେ ।ଅଭିଯୋଗ ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ଏତଲା ଦିଆଯାଇଥିଲା । ଏନେଇ ଇନ୍ସପେକ୍ଟର ସୁରେଶ କୁମାର ପୃଷ୍ଟି ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିଥିଲେ । ତାଙ୍କ ପକେଟରୁ ୮୦୦ଟଙ୍କା ମିଳିଥିଲା । ତେବେ ପୂର୍ବରୁ ମଧ୍ୟ ସୁଶାନ୍ତ ମହାପ୍ରଭୁଙ୍କ ଟଙ୍କା ଚୋରି କରିଥିବା ସନ୍ଦେହ କରାଯାଉଛି । ଏନେଇ ପୁଲିସ ତାକୁ ପଚରାଉଚରା କରିଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ହୁଣ୍ଡିଟଙ୍କା ଚୋରି କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଜଣେ ପିଅନଙ୍କୁ ନିଲମ୍ବିତ କରିଥିଲା । ୨୦୧୭ ମସିହା ଡିସେମ୍ବର ୧୧ ଓ ୧୨ ତାରିଖରେ ଏହି ଘଟଣା ଘଟିଥିଲା । ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା ଚୋରି କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଜଣେ ପିଅନ ଧରାପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking