38.8 C
Bhubaneswar
Friday, April 19, 2024
Homeକରୋନା୨ ଡୋଜ୍ ଟିକା ନେଇଥିବା ଲୋକଙ୍କ ଠାରେ ଦେଖାଯାଏ ଓମିକ୍ରନର ଏହି ବଡ଼ ଲକ୍ଷଣ....

୨ ଡୋଜ୍ ଟିକା ନେଇଥିବା ଲୋକଙ୍କ ଠାରେ ଦେଖାଯାଏ ଓମିକ୍ରନର ଏହି ବଡ଼ ଲକ୍ଷଣ….

ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀ ବିରୋଧରେ ଭାକସିନ୍ କୁ ବଡ଼ ଅସ୍ତ୍ର ଭାବରେ ଗ୍ରହଣ କରାଯାଇଛି । ହେଲେ କୋଭିଡ୍ ଭାକସିନ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ବର୍ତ୍ତମାନ ଟିକାର ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି । କିନ୍ତୁ ଏହି ଟିକା ମହାମାରୀର ଗମ୍ଭୀରତାକୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ସହିତ କୋଭିଡ୍ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ଘଟିଛି । ବିଶେଷଜ୍ଞଙ୍କ କହିବା କଥା ଯେ, ଭାକସିନ୍ ଲଗାଇବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ବିକଶିତ କରାଯାଇଛି, ଯାହା ଭାଇରସ୍ ଠାରୁ ବର୍ତ୍ତିବାରେ ସାହାଯ୍ୟ କରୁଛି । ସେହିପରି ଟିକା ନେଇ ନଥିବା ଲୋକଙ୍କ ଠାରେ ଗମ୍ଭୀର ସମସ୍ୟା ଦେଖାଯାଇଛି ।

ତେବେ ବର୍ତ୍ତମାନ ର ଓମିକ୍ରନ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି । ହେଲେ ସେମାନଙ୍କ ଠାରେ ସ୍ୱଳ୍ପ ଲକ୍ଷଣ ଦେଖାଯାଇଛି ଏବଂ ମେଡିକାଲରେ ଆଡମିଟ୍ ହେବାର ହାର ମଧ୍ୟ ଏହି ଭାରିଆଣ୍ଟରେ କମ୍ ରହିଛି । ପୂର୍ବ ଭାରିଆଣ୍ଟ ଡେଲଟା ତୁଳନାରେ ଓମିକ୍ରନ କମ୍ କ୍ଷତିକାରୀ ହୋଇଥିବା ବିଶେଷଜ୍ଞ କହିଛନ୍ତି । ଅଧିକାଂଶ ସଂକ୍ରମିତ ରୋଗିଙ୍କ ଠାରେ ଥଣ୍ଡା, କାଶ, ଜ୍ୱର, ଭୋକ ନଲାଗିବା, ନାକ ବହିବା, ଛିଙ୍କିବା, ଶରୀରରେ ପୀଡ଼ା ଇତ୍ୟାଦି । ତେବେ ଡେଲଟା ଭାରିଆଣ୍ଟ୍ ପରି ରୋଗୀଙ୍କ ଠାରେ ଗନ୍ଧ ବାରିବାର କ୍ଷମତା ହରାଇବା ଲକ୍ଷଣ ଓମିକ୍ରନ ଠାରେ ସ୍ୱଳ୍ପ ଦେଖିବାକୁ ମିଳିଛି ।

ତେବେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଥିବା ଲୋକଙ୍କ ଠାରେ ଓମିକ୍ରନର କିଛି ସ୍ୱତନ୍ତ୍ର ଲକ୍ଷଣ ଦେଖାଯାଉଛି । ଯେପରିକି ଗଳାରେ ଯନ୍ତ୍ରଣା, ଖୁବ୍ ଜୋରରେ କାଶ ହେବା । ତେଣୁ ଏସବୁକୁ ସାମାନ୍ୟ ଲକ୍ଷଣ ବୋଲି ଭାବି ନଜରଅନ୍ଦାଜ କରିବା ଉଚିତ୍ ନୁହେଁ । ତେଣୁ ଏହିଭଳି କିଛି ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଆରଟିପିସିଆର୍ ଟେଷ୍ଟ୍ କରାନ୍ତୁ । ଏହାସହିତ ଯେଉଁ ପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ ସେ ପର୍ଯ୍ୟନ୍ତ ଘରେ ହିଁ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking