ଭୁବନେଶ୍ୱର: ବାଲେଶ୍ୱର ଏମ୍ସ ଓପିଡିରେ ଆରମ୍ଭ ହେବ ରୋଗୀ ସେବା । କୋରୋନା ପାଇଁ ବାଲେଶ୍ୱର ଏମ୍ସ ସାଟେଲାଇଟ ବହି ର୍ବିଭାଗ ପୂର୍ବରୁ ବନ୍ଦ କରାଯାଇଥିଲା । ତେବେ କରୋନା ନିୟନ୍ତ୍ରଣକୁ ଆସିବା ପରେ ପୁଣି ସେଠାରେ ଚିକିତ୍ସାସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ଆସନ୍ତା ୧୬ତାରିଖରୁ ତାହା ଖୋଲିବ ବୋଲି ଭୂବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି । ତେବେ ଦୀର୍ଘ ୨ବର୍ଷ ପରେ ସେଠାରେ ଓପିଡି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ସପ୍ତାହରେ କେବଳ ଗଟେିଏ ଦିନ ପ୍ରତି ଶନିବାର ତାହା ଖୋଲିବ ।
ସେହିପରି ପରବର୍ତ୍ତୀ ଶନିବାର ଆଉ ତିନୋଟି ଲେଖାଏଁ ବିଭାଗରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ।
ପ୍ରଥମ ଶନିବାର ଶଲ୍ୟ, ଅନ୍ତଃସ୍ରାବ ଏବଂ ଚର୍ମ ବିଭାଗ ରୋଗ ଉପରେ ରୋଗୀଙ୍କୁ ଚିକିତ୍ସା କରାଯିବ । ଏମ୍ସ ଭୁବନେଶ୍ୱରରୁ ଡାକ୍ତର ବାଲେଶ୍ୱର ସାଟେଲାଇଟକୁ ଆସି ରୋଗୀ ଚିକିତ୍ସା କରିବେ । ଲୋକମାନଙ୍କର ଆବଶ୍ୟକତା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ସୁପର-ସ୍ପେସିଆଲିଟି ସେବା ମଧ୍ୟ ପ୍ରତି ମାସରେ କିମ୍ବା ଦୁଇ ମାସରେ ଥରେ ଯୋଗାଇ ଦିଆଯିବ । ଆସନ୍ତା ୧୬ ତାରିଖ ରୁ ବାଲେଶ୍ୱର ସାଟେଲାଇଟ୍ ସେଣ୍ଟରର ନୂତନ ବିଲ୍ଡିଂରେ ସପ୍ତାହିକ ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ମଧ୍ୟ ସପ୍ତାହକ ମଧ୍ୟରେ ଉକ୍ତ ପରିସରରେ ପର୍ଯ୍ୟାକ୍ରମେ ଆରମ୍ଭ ହେବ ବୋଲି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି ।